ଏକ ଘରୋଇ ସ୍କୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ

ଏକ ଘରୋଇ ସ୍କୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ

ଏକ ଘରୋଇ ସ୍କୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜଧାନୀର ବାଲାଜୀ ଆପାର୍ଟମେଣ୍ଟରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏକ କଣ୍ଟାକ୍ଟ ଟ୍ରେସିଂ ଡେସ୍କ ପ୍ରତିଷ୍ଠା କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ସେହିପରି ରାଜଧାନୀର ଏକ ଘରୋଇ ସ୍କୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ୨ରୁ ୩ଟି ଜାଗାକୁ ସିଲ କରାଯାଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।