କରୋନା ନେଲା ଆଉ ୭ ଜୀବନ
କରୋନା ନେଲା ଆଉ ୭ ଜୀବନ
admin
Jul 28, 2020 - 05:48
Updated: Jul 28, 2020 - 05:48
ଭୁବନେଶ୍ୱର : କରୋନାରେ ଆଉ ୭ ଜଣଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ କରୋନାରେ ମୃତୁ୍ୟ ସଂଖ୍ୟା ୧୫୪ରେ ପହଁଚିଛି । ସେହିପରି ୩୫ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ଆଜି କଟକରେ ୧, ଗଞ୍ଜାମରେ ୩, ଖୋର୍ଦ୍ଧାରେ ୧ ଓ ରାୟଗଡ଼ାରେ ୨ ଜଣଙ୍କର ମୃତୁ୍ୟ ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବାଲେଶ୍ୱରରେ ୨, ବରଗଡ଼ରେ ୧, ଭଦ୍ରକରେ ୨, କଟକରେ ୧୧, ଗଜପତିରେ ୯, ଗଞ୍ଜାମରେ ୮୫, ଜଗତସିଂହପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୧୯, ମାଲକାନାଗିରିରେ ୧, ନୟାଗଡ଼ରେ ୧, ପୁରୀରେ ୨, ରାୟଗଡ଼ାରେ ୬ ଓ ସୁନ୍ଦରଗଡ଼ରେ ୬ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ବାଲେଶ୍ୱରରେ ୩, ଭଦ୍ରକରେ ୩, କଟକରେ ୩, ଗଞ୍ଜାମରେ ୬, ଯାଜପୁରରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୮, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୧, ନୟାଗଡ଼ରେ ୧, ପୁରୀରେ ୨ ଓ ସୁନ୍ଦରଗଡ଼ରେ ୩ ଜଣ ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି ।