କିନ୍ନରଙ୍କୁ ମିଳିବ ପେନସନ

କିନ୍ନରଙ୍କୁ ମିଳିବ ପେନସନ

ଭୁବନେଶ୍ୱର : କିନ୍ନରଙ୍କୁ ସମାଜରେ ଉଚିତ୍ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର କ୍ୟାବିନେଟ ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ବେସାମରିକ ସେବା (ପେନସନ)ନିୟମାବଳୀ -୧୯୯୨ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ୨୦୨୦ ଜାନୁଆରୀ ୧୦ ତାରିଖ ଅଥବା ଏହା ପରେ ମୃତୁ୍ୟ ହୋଇଥିବାର ସରକାରୀ କର୍ମଚାରୀ / ପେନସନଭୋଗୀଙ୍କ ସାଥୀହୀନ କିନ୍ନର ସନ୍ତାନ,ଅବିବାହିତ କନ୍ୟା ରୂପେ ପରିଗଣିତ ହେବେ ।

ଉକ୍ତ ବ୍ୟକ୍ତିଙ୍କ ଅନ୍ୟ କୈାଣସି ବୟସରେ ବଡ଼ ଅବିବାହିତ ଅଥବା ଦିବ୍ୟାଙ୍ଗ କନ୍ୟା ନ ଥାନ୍ତି , ତେବେ ଏହା କାର୍ଯ୍ୟକାରୀ ହେବ । ୨୫ ବର୍ଷ ବୟସରୁ ଉଦ୍ଧ୍ୱ ପରିବାର ପେନସନ ପାଇବାକୁ ହକଦାର । ମାସିକ ଆୟସୀମା ୪୪୪୦ ଟଙ୍କାରୁ ୧୦ ହଜାର ଟଙ୍କାକୁ  ବୃଦ୍ଧି କରାଯିବାକୁ କ୍ୟାବିନେଟ ନିଷ୍ପତି ନେଇଛି ।