କଳିଯୁଗର ଶ୍ରବଣ କୁମାର, ମା'ଙ୍କୁ ଶହେ କିମି ଭାରରେ ବୋହି କାଳିଆ ଦର୍ଶନ କରାଇଲା ପୁଅ
କଳିଯୁଗର ଶ୍ରବଣ କୁମାର, ମା'ଙ୍କୁ ଶହେ କିମି ଭାରରେ ବୋହି କାଳିଆ ଦର୍ଶନ କରାଇଲା ପୁଅ
ପୁରୀ : ପୁଅ ହେବ ତ ଏମିତି । ମା'ଙ୍କୁ ଭାରରେ ବୋହି ପ୍ରାୟ ଶହେ କିମି ରାସ୍ତା ଅତିକ୍ରାନ୍ତ ପରେ କାଳିଆ ଠାକୁରଙ୍କୁ ଦର୍ଶନ କରାଇଛି ପୁଅ । କଟକ ଜିଲ୍ଲା ପାଟସୁନ୍ଦରପୁର ଗ୍ରାମରେ ସାରଦା ପ୍ରସାଦଙ୍କ ଘର । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ତାଙ୍କ ଇଛା ଥିଲା । ପୁଅଙ୍କୁ ନିଜ ମନକଥା କହିଥିଲେ ସାରଦା । ବସ୍ କିମ୍ବା ଟ୍ରେନରେ ଆସିବାକୁ ସକ୍ଷମ ନ ଥିବାରୁ ପୁଅ ଏକ ଭାରାରେ ତାଙ୍କୁ ବସାଇ ଚାଲି ଚାଲି ପୁରୀ ଅଭିମୁଖେ ଆସିଥିଲେ ।
ସିଂହଦ୍ୱାର ସମ୍ମୁଖରେ ପହଂଚି ପତିତ ପାବନଙ୍କୁ ଦର୍ଶନ କରି ଆତ୍ମହରା ହୋଇ କାନ୍ଦି ପକାଇଲେ । ଅନ୍ୟ ମାନଙ୍କ ସହଯୋଗରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିଥିଲେ । କଳିଯୁଗର ଶ୍ରବଣ କୁମାରଙ୍କୁ ଦେଖି ପର୍ଯ୍ୟଟକ ଓ ସ୍ଥାନୀୟ ଅଧିବାସୀ ପ୍ରଂଶସାରେ ପୋତି ପକାଇଥିଲେ ।




admin 