୪ ସକାଳେ କମିଯିବ ବାତ୍ୟା

୪ ସକାଳେ କମିଯିବ ବାତ୍ୟା

୪ ସକାଳେ କମିଯିବ ବାତ୍ୟା
ଭୁବନେଶ୍ୱର : କାଲି ଅପରାହ୍ନରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ପବନର ବେଗ ୧୭୦ରୁ ୧୮୦ କିମି ଆରମ୍ଭ ହୋଇ ସ୍ଥଳ ବିଶେଷରେ ୨୦୦ କିମି ଛୁଇଁବ । ବାତ୍ୟା ଯୋଗୁଁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଳାରେ ପବନର ପ୍ରକୋପ ବେଶୀ ମାତ୍ରାରେ ରହିବ ବୋଲି ସମ୍ଭାବନା ରହିଛି । ଆଜି ଠାରୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ । କାଲି ଠାରୁ ବହୁ ଜୋରରେ ପବନ ବହିବା ସହିତ ପ୍ରବଳ ମାତ୍ରାରେ ବର୍ଷାର ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳ ସୁଦ୍ଧା ଓଡିଶାରେ ପବନର ବେଗ କମି ଯାଇଥିବ । ବାତ୍ୟାର ପ୍ରକୋପ କମିଗଲା ପରେ କେବଳ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ଲାଗି ରହିବ ।