କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ!

କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ!

କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ!

ବଲାଙ୍ଗୀର: ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ଗୋବିନ୍ଦ ସାହୁ। କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଛି। ୮ ତାରିଖରେ କାରରେ ଗୋବିନ୍ଦ ମମିତାକୁ ନେଇ ଯାଉଥିବା ବେଳେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାର୍‌ ଭିତରେ ହିଁ ତାଙ୍କୁ ହତ୍ୟା କରିଛି। ଏହି ଘଟଣାରେ ପୁଲିସ  ଗୋବିନ୍ଦଙ୍କ ବ୍ୟତୀତ ୪ ଜଣଙ୍କୁ ଅଟକ ରଖିଛି। ଗୋବିନ୍ଦର ସହଯୋଗୀ ରାଧେ, ଜେସିବି ଚାଳକ, ଷ୍ଟାଡିୟମ୍‌ ମୁନ୍‌ସିଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ଓଡି-୦୮କେ-୧୦୦୨ ନମ୍ବର ବିଶିଷ୍ଟ କାର୍‌ରେ ମମିତାଙ୍କୁ ନିଆଯାଇଥିଲା। କାର୍‌ ଭିତରୁ ତାଙ୍କର ଏକ ପାଉଁଜି ମିଳିଛି। ଅନ୍ୟ ଏକ ପାଉଁଜି ଗତକାଲି ଷ୍ଟାଡୟିମ୍‌ ପରିସରରେ ଖୋଳାଯାଇଥିବା ସ୍ଥାନରୁ ମିଳିଥିଲା। ଅନ୍ୟପକ୍ଷରେ ୬ ତାରିଖ ଦିନ ଷ୍ଟାଡିୟମ୍‌ ପରିସରରେ ଗାତ ଖୋଳାଯାଇଥିବାରୁ ମୃତ୍ୟୁ ଷଡ଼ଯନ୍ତ୍ର ପୂର୍ବରୁ କରାଯାଇଥିବା ଅନୁମାନ କରାଯାଉଛି।ତେବେ ପୁଲିସ ୧୪ ତାରିଖରେ କ୍ାର୍‌ ଜବତ କରିବା ବେଳେ ସେଥିରେ ପାଉଁଜି ଜବତ କରାଯାଇଥିଲା। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି। ଅନ୍ୟପକ୍ଷରେ ମମିତା ଜୁଲାଇ ମାସରେ ଗୋବିନ୍ଦକୁ ଧମକ ଦେଇଥିଲେ। ତାଙ୍କୁ ବାରବାଦ କରିଦେବେ ବୋଲି କହିଥିଲେ। ଏସବୁକୁ ଦେଖିଲେ ଏହି ମୃତ୍ୟୁ ଷଡ଼ଯନ୍ତ୍ର ପୂର୍ବରୁ ରଚନା କରାଯାଇଛି ବୋଲି ଅନୁମାନ କରାଯାଇଛି।