କଳାକାର ଜଗତ ପାଉଁ ଦୁଃଖଦ ଖବର, ଆରପାରିରେ ଏହି ବରିଷ୍ଠ ଅଭିନେତା
କଳାକାର ଜଗତ ପାଉଁ ଦୁଃଖଦ ଖବର, ଆରପାରିରେ ଏହି ବରିଷ୍ଠ ଅଭିନେତା
ମୁମ୍ବାଇ: କଳାକାର ଜଗତ ପାଉଁ ଦୁଃଖଦ ଖବର । ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି । ୭୯ବର୍ଷ ବୟସରେ ଆଜି ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି । ଜଣେ ବରିଷ୍ଠ କଳାକାରଙ୍କୁ ହରାଇ ଶୋକରେ ବୁଡିଛି କଳାଜଗତ ।
ନିକଟରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ ହୋଇଥିଲା। ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ଅଭିନେତା ଅରୁଣ ବାଲୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଅରୁଣ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।
ସୂଚନା ଅନୁଯାୟୀ, ଅରୁଣ ବାଲୀ ସକାଳ ୪ଟା ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗରେ ପୀଡିତ ଥିଲେ । ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।




admin 