କରୋନା ରୋଗୀଙ୍କୁ ମୁଖ୍ୟ ସଚିବ ଦେଲେ ଏହି ପରାମର୍ଶ
କରୋନା ରୋଗୀଙ୍କୁ ମୁଖ୍ୟ ସଚିବ ଦେଲେ ଏହି ପରାମର୍ଶ
admin
Sep 16, 2020 - 09:55
Updated: Sep 16, 2020 - 09:55
ଭୁବନେଶ୍ୱର: ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଅବସରରେ କରୋନା ଆକ୍ରାନ୍ତଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କିଛି ପରାମର୍ଶ ଦେଇଛନ୍ତି । ତାହା ହେଲା-
କଟକ, ଭୁବନେଶ୍ୱର ଆସୁଥିବା ଆକ୍ରାନ୍ତ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ
ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ଆସୁଥିବା ରୋଗୀ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ
ଆନୁଷଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ ସପୋର୍ଟରେ ଆସନ୍ତୁ
ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି
ସାରା ରାଜ୍ୟ ପାଇଁ ଟୁଇନ ସିଟିରେ ସରକାର ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି
କରୋନା ଚିକିତ୍ସା ପାଇଁ ଟୁଇନ ସିଟିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି
ପ୍ରକାଶ ଯେ, ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି । ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ । ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ ଦିଆଯାଇଛି । ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ । ଦୂରରେ ରହି ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ । ସବୁ ଗୁରୁତର କରୋନା ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଆଇସିୟୁ ନିର୍ଭରଶୀଳତାକୁ କମ କରିବା ପାଇଁ ‘ଷ୍ଟେପ ଡାଉନ’ ଆଇସିୟୁର ବ୍ୟବସ୍ଥା କରିବାକୁ ଏହି ଚିଠିରେ କୁହାଯାଇଛି । ଜଣେ ରୋଗୀ ଆଇସିୟୁରେ ଟିକିଏ ଠିକ ହେବା ପରେ ତାଙ୍କୁ ‘ଷ୍ଟେପ ଡାଉନ’ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରର ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରି ରାଜ୍ୟ ସରକାର କହିଛନ୍ତି, ସବୁ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ସାଧାରଣ ବେଡ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଛଡା ୮୦ ପ୍ରତିଶତ ଆଇସିୟୁ ବେଡ କେବଳ କରୋନା ରୋଗୀଙ୍କ ପାଇଁ ରହିବ । କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ ଏବଂ ସାଧାରଣ ବେଡ ସହଜରେ ଉପଲବ୍ଧ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ୮ ତାରିଖରେ ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଧ୍ୟ ଖାଲି ଥିବା ବେଡ ସଂଖ୍ୟା କମ ରହିଛି ।