କରୋନା ସଂକ୍ରମିତ ହେଲେ ବାରାକ ଓବାମା

କରୋନା ସଂକ୍ରମିତ ହେଲେ ବାରାକ ଓବାମା

କରୋନା ସଂକ୍ରମିତ ହେଲେ ବାରାକ ଓବାମା

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି କରୋନା ସଂକ୍ରମିତ ହୋଇଛନ୍ତି।  ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି ଯେ  କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ସେ ଟିକା ନେଇସାରିଛନ୍ତି। ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ହୋଇଛି।

ଓବାମା ଟ୍ୱିଟ୍ କରି ଟିକା ନେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ‘ଯଦି ଆପଣ ପୂର୍ବରୁ ଟୀକାକରଣ କରିନାହାଁନ୍ତି, 

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ, ମାର୍ଚ୍ଚର ମଧ୍ୟଭାଗର ଦୈନିକ ମାମଲା ତୁଳନାରେ, ଜାନୁଆରୀ ମଧ୍ୟଭାଗର ଦୈନିକ ମାମଲରେ ତୁଳନାରେ ଆମେରିକାର ସଂକ୍ରମଣ ମାମଲା ତୀବ୍ର ହ୍ରାସ ପାଇଛି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଯୁକ୍ତରାଷ୍ଟ୍ରର ପାଞ୍ଚ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକ ଅତି କମରେ ଗୋଟିଏ ଡୋସ୍ ନେଇଛନ୍ତି।