ସ୍କୁଲ୍‌ ଶ୍ରେଣୀଗୃହରୁ ମିଳିଲା ଦେଶୀ ବନ୍ଧୁକ

ସ୍କୁଲ୍‌ ଶ୍ରେଣୀଗୃହରୁ ମିଳିଲା ଦେଶୀ ବନ୍ଧୁକ

ସ୍କୁଲ୍‌ ଶ୍ରେଣୀଗୃହରୁ ମିଳିଲା ଦେଶୀ ବନ୍ଧୁକ

ସମ୍ବଲପୁର:  ସ୍କୁଲରେ ବନ୍ଧୁକ। ଶିକ୍ଷକ ରହୁଥିବା ଏକ ଗୃହରୁ ମିଳିଛି ଏହି ବନ୍ଧୁକ। ତେବେ ସେ ବନ୍ଧୁକ ସାର କି ଆଉ କିଏ ରଖିଥିଲେ ସେ ବାବଦରେ କିଛି ସ୍ପଷ୍ଟ ହୋଇନି। ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗୁମୁଣ୍ଡା ୟୁପି ସ୍କୁଲରେ ଘଟିଛି।

ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିଲେ। ଗୋଟିଏ କୋଠରିରେ ରୋଷେଇ ବାସ କରୁଥିବାବେଳେ ଅନ୍ୟ କୋଠରିରେ ଶୁଆବସା କରୁଥିଲେ। ହେଲେ ଗତ ୪ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ବଦଳି ପରେ ବି ସେ ଶ୍ରେଣୀ ଗୃହ ଖାଲି କରିନଥିବାରୁ ପିଲାଙ୍କ ପଠାପଢ଼ାରେ ଅସୁବିଧା ହେଉଥିଲା। ଏହାପରେ ସିଆରସିସି ଗୋଟିଏ ଶ୍ରେଣୀ କୋଠରିକୁ ଖାଲି କରି ପିଲାଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଶନିବାର ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ଝାଙ୍କରଙ୍କ ଜରିଆରେ ଉକ୍ତ କୋଠରିକୁ ସଫା କରୁଥିଲେ। ସଫା କରିବା ସମୟରେ କୋଠରିରେ ଥିବା ଏକ ଥାକରୁ ଏହି ଦେଶୀ ପିସ୍ତଲଟି ମିଳିଥିଲା। ତେବେ ସ୍କୁଲ ଭିତରୁ ପିସ୍ତଲ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ପ୍ରଧାନ ଶିକ୍ଷକଙ୍କୁ ଏନେଇ ସୂଚନା ଦେଇଥିଲେ। ପ୍ରଧାନଶିକ୍ଷକ ପିସ୍ତଲ ଦେଖିବା ସହ ସିଆରସିସି ଙ୍କୁ ଅବଗତ କରାଇଥିଲେ। ତେବେ ଏହି ପିସ୍ତଲଟି ଉକ୍ତ ଶିକ୍ଷକ ରଖିଥିଲେ ନା ଆଉ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।

ସୂଚନାଯୋଗ୍ୟ, ଶିକ୍ଷକ ଗୋବିନ୍ଦ ଭୋଇଙ୍କ ନାଁରେ ରେଙ୍ଗୁମୁଣ୍ଡା ରେ ବହୁ ଆପରାଧ ମାମଲା ରହିଛି। ଗତ ଅକ୍ଟୋବର ମାସରେ ଡିଲେଶ୍ୱର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଗୋବିନ୍ଦ ଭୋଇ। ଏନେଇ ଜମନକିରା ଥାନାର ମାମଲା ହୋଇଥିବା ଜଣାପଡିଛି। ହେଲେ ପିସ୍ତଲ ଠାବ ହୋଇଥିବା ଘଟଣା ପୁଲିସ ପାଖରେ ଖବର ନଥିବା ବେଳେ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ସେପଟେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମହଲରେ ଦ୍ଵନ୍ଦ ସୃଷ୍ଟି ହେଇଥିବା ବେଳେ, ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ।