କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂତନ ପ୍ରୋଟୋକଲ୍‌ : ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ପରାମର୍ଶ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଏବେ ଅଣାୟତ୍ତ । ତେବେ କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ପ୍ରୋଟୋକଲ୍‌ ଜାରି କରିଛି । ଏହି ନିୟମାବଳୀ ଅନୁସାରେ ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ନୂଆ ଗାଇଡଲାଇନ୍‌ରେ ପରାମର୍ଶ ଦିଆଯାଇଛି । ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ୍‌ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟହ ମର୍ଣ୍ଣିଂ ଓ ଇଭିନିଂ ଓ୍ବାକ୍‌ କରିବା ସହ ତଟକା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଧୂମପାନ ଓ ମଦ୍ୟପାନଠାରୁ ପୂରା ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ବ ପାଳନ ସହ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ନିୟମିତ ଚଓ୍ବନପ୍ରାଶ୍‌ ଖାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡିସିନ୍‌ ନେବେ । ସ୍ବାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘର ଓ ପେସାଦାର କାମ କରିପାରିବେ ।ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ଡାଇବେଟିସ୍‌ ମନିଟରିଂ କରିବେ । କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରୋଟୋକଲ୍‌ ଜାରି କରିଛି ।