କିନ୍ତୁ ପିପିଲିରେ ଭଙ୍ଗା ଦଦରା ବାତ୍ୟା ଆଶ୍ରୟ ସ୍ଥଳୀକୁ ନେଇ ଚିନ୍ତାରେ ସମସ୍ତେ
ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ କଟକ ଏସସିବି ବଡ ମେଡିକାଲରେ ପ୍ରସ୍ତୁତି ଶେଷ । ବତ୍ୟା ପରବର୍ତୀ କାଳୀନ ସ୍ୱାସ୍ଥ୍ୟଗତ ସମସ୍ୟା ମୁକାବିଲା ପାଇଁ ଏସସିବିର ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଟ୍ରମା ଓ ନନ-ଟ୍ରମା କାଜୁଆଲଟିରେ ଅଧିକ ଡାକ୍ତର ନିୟୋଜିତ ରହିବେ । ଆବଶ୍ୟକ ମୁତାବକ ଜୀବନ ରକ୍ଷାକାରୀ ଔଷଧ, ଟୀକା ,ହାଲୋଜିନ ବଟିକା, ଓଆରଏସ ପ୍ୟାକେଟ୍, ପାନୀୟ ଜଳ, ନିରବଛିନ୍ନ ବିଦ୍ୟୁତ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ, ଅସ୍ତ୍ରୋପଚାର କକ୍ଷ ଓ ୱାର୍ଡଗୁଡିକୁ ଡିଜି ସେଟ୍ ସଂଯୋଗ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟତ ଯୋଗାଣ ପାଇଁ ୫୦ଟି ଡିଜି ସେଟ ରଖାଯାଇଛି । ହସ୍ପିଟାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ହସ୍ପିଟାଲ ପରିସରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି। ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ଚର୍ମ ବିଭଗ ନିକଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ମେଡିକାଲ କୁଳସଚିବ ଅବିନାଶ ରାଉତ ସୂଚନା ଦେଇ କହିଛନ୍ତି ।
ସେପଟେ ବତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଓ ପରବର୍ତୀ ପରିସ୍ଥିତି ମୁକାବିଲା ପାଇଁ ପିପିଲି ତହସିଲ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟା ପ୍ରବାବିତଙ୍କୁ ଆଶ୍ରୟ ସ୍ଥଳ ଓ ସ୍କୁଲରେ ଥଇଥାନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହା ସହ ସୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଚି । ଅନ୍ୟ ପକ୍ଷରେ ସରସ୍ୱତିପୁର ପଞ୍ଚାୟତ କୋଠସାହି ନୋଡାଲ ଉଚ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳି ଜରାଜୀନ୍ନ ଅବସ୍ଥାରେ ଥିବା ବେଳେ ଉକ୍ତ ପଞ୍ଚାୟତର ଜନସାଧାରଣମାନେ କିଭଳି, କେଉଁ ସ୍ଥାନରେ ଆଶ୍ରୟ ନେବେ ତାହାକୁ ନେଇ ଉଠିଛି ବିଭିନ୍ନ ପ୍ରଶ୍ନ. । ଯାହା ପିପିଲି ବ୍ଳକ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି ।