ବାତ୍ୟା ବେଳେ ଲାଇନ କଟିଲେ କେମିତି ହେବ ଚିକିତ୍ସା

ମୁଣ୍ଡ ଉପରେ ବାତ୍ୟା । ବାତ୍ୟାକୁ ନେଇ ଚିନ୍ତା ବଢୁଥିବା ବାଳେ କଟକ ଶିଶୁଭବନ କିନ୍ତୁ ଅନ୍ଧାରରେ । ଶିଶୁଭବନର ପୁରୁଣା ବିଲଡିଂ ରେ ଲାଇନ୍ ନଥିବାରୁ ଏବେ ଅନ୍ଧାରରେ ରହିଛନ୍ତି ଏକାଧିକ ରୋଗୀ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ, କେଉଁ ଭଳି ଗରମ ଯୋଗୁଁ ଛୋଟ ଛୋଟ ଶିଶୁ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ସେପଟେ ବିଦ୍ୟୁତ୍ ଟ୍ରାନସଫରମର ପୋଡିଯିବା ପରେ ଏହି ସମସ୍ୟା ଦେଖାଦେଉଛି, ଟ୍ରାନସଫରମର ମରାମତି ହେଉଛି ଓ ଖୁବ୍ ଶିଘ୍ର ଜେନେରେଟର ସଂଯୋଗ କରାଯିବ ବୋଲି ଶିଶୁଭବନ ଅଧିକ୍ଷକ ପ୍ରଭାକର ମିଶ୍ର କହିଛନ୍ତି । ତେବେ ଡିଜି ରେ ତେଲ ଅଭାବରୁ ଏହି ସମସ୍ୟା ଦେଖାଦେଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡୁଛି । ତେବେ ସବୁଠାରୁ ବଡ କଥା ହେଉଛି ଯେତେବେଳେ ଆସୁଥିବା ବାତ୍ୟା ଦାନା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତେ ପ୍ରସ୍ତୁତ ରହିବା ପାଇଁ ଘନଘନ ବୈଠକରେ ଆଲୋଚନା ହେବାରେ ଲାଗିଛି । ଠିକ୍ ଏହି ସମୟରେ ଏଭଳି ଚିତ୍ର ସାମ୍ମାକୁ ଆସିବା କେଉଁଠିନା କେଉଁଠି ପ୍ରଶାସନ କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠାଉଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।