ପ୍ରବଳ ବର୍ଷା ହେଲେ କଟକ ସହର ଅସମ୍ଭାଳ ହେବ, ଚିନ୍ତାରେ ଜିଲ୍ଲାପାଳ, ମେୟର

ପ୍ରବଳ ବର୍ଷା ହେଲେ କଟକ ସହର ଅସମ୍ଭାଳ ହେବ, ଚିନ୍ତାରେ ଜିଲ୍ଲାପାଳ, ମେୟର

ବାତ୍ୟା ଦାନା ପାଇଁ କଟକରେ ବୃଦ୍ଧି ପାଉଛି ଚିନ୍ତା । ବାତ୍ୟା ପ୍ରଭାବରେ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ଯାହା ଫଳରେ କଟକ ସମ୍ପୂର୍ଣ୍ଣ ରୂପେ ଜଳବନ୍ଦୀ ହେବାର କଥାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ବର୍ତ୍ତମାନ କଟକର ପ୍ରମୁଖ ବକ୍ସ ଡ୍ରେନରେ ଜଳ ନିଷ୍କାସନ ନେଇ ଡ୍ରେନର ଶେଷ ପାର୍ଶ୍ଵ ସମୀକ୍ଷା କରିଛନ୍ତି ଜିଲାପାଳ ଓ ମେୟର । ୯ ଶହ ୱଟର  ୧୧ଟି ହେବି ପମ୍ପସେଟ ମୁତୟନ ରହିଛି। ଯଦି ବାତ୍ୟା ସମୟରେ ଦେଢ଼ସହ ମିଲିମିଟିର ପର‌୍ୟ୍ୟନ୍ତ ବର୍ଷା ହୁଏ, ତେବେ ବର୍ଷା ଜଳ ନିଷ୍କାସନ ଶୀଘ୍ର ହୋଇ ପାରିବ । ଯଦି ଅଧିକ ବର୍ଷା ହୁଏ ନିଷ୍କାସନ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ମେୟର ସୁବାସ ସିଂ। ଅନ୍ୟପଟେ ଅନ୍ୟ ସମସ୍ତ ତଳିଆ ଅଂଚଳ ରେ ମଟର ବ୍ୟବସ୍ଥା , ସହ ଗଛ କାଟିବା , ତୋରଣ ଖୋଲିବା ଓ ଜାରି ରହିଥିବା ଯାଇକା କାର‌୍ୟ୍ୟକୁ ଅଟକାଇବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲାପାଳ । 


କଟକ ମାଲଗୋଦାମରୁ ରିଲିଜ ହୋଇଛି ରିଲିଫ । ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ ଟି ଜିଲା ପାଇଁ ରିଲିଫ ସ୍ୱତନ୍ତ୍ର ଟ୍ରକରେ ଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ଯେପରି  ଚୁଡା , ଗୂଡ଼ , ଚିନି ,ମହମବତି ଆଦି ଖାଦ୍ୟ ଉକ୍ତ ଜିଲାମାନଙ୍କ ପାଇଁ ପଠାଯାଇଛି । ସିଏମସି  ଯୋଗାଣ ବିଭାଗ ଓ ମାଲଗୋଦାମ ବ୍ୟବସାୟୀ ସଂଘର ଉପସ୍ଥିତିରେ ସମସ୍ତ ଶୁଖିଲା ଖାଦ୍ୟ ଉକ୍ତ ଜିଲାକୁ ପଠାଯାଇଛି। ଯଦି ସରକାରଙ୍କ ନିର୍ଦେଶ ଆସେ, ତେବେ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଯିବ ବୋଲି କହିଛନ୍ତି ସିଏମସି ଯୋଗାଣ ନିରୀକ୍ଷଣ କେଦାରନାଥ ପ୍ରଧାନୀ । ଅନ୍ୟପଟେ ମାଲଗୋଦାମରୁ ରିଲିଫ ଯିବା ପରେ ମଧ୍ୟ ୧୦ ଦିନ ପାଇଁ ରାସନ ସାମଗ୍ରୀ ମହଯୁତ ରହିଛି। ଖାଉଟି ଚିନ୍ତା ନକରି ଏହି ଭୟରୁ ଦୁରେଇ ରହୁନ୍ତୁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ।