କଟକରେ ପୁଣି ଆଗେଇଲା ବିଜେଡି
କଟକରେ ପୁଣି ଆଗେଇଲା ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଇତିମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ କଟକ ମହାନଗର ନିଗମ ମେୟର ପଦଲାଗି ଚଲିଥିବା ଲଢ଼େଇ ଜୋରଦାର ହୋଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଠାରେ କେତେବେଳେ ବିଜେଡି ତ କେତେବେଳେ କଂଗ୍ରେସ ଆଗୁଆ ରହୁଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ୯୮୩୪ ଭୋଟ୍ ପାଇ ପଛେଇଛନ୍ତି। ବିଜେଡିର ସୁବାସ ସିଂ ୧୦,୬୭୭ ଭୋଟ୍ ପାଇ ଆଗୁଆ ଅଛନ୍ତି। ସେହିପରି ବିଜେପିର ଶ୍ରୀତମ ମହାନ୍ତି ୪୨୪୩ ଭୋଟ୍ ପାଇ ପଛରେ ଅଛନ୍ତି।




admin 