୩ ମହାନଗରରେ ବିଜେଡି ଆଗରେ

୩ ମହାନଗରରେ ବିଜେଡି ଆଗରେ

୩ ମହାନଗରରେ ବିଜେଡି ଆଗରେ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି   ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଇତିମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ବିଜେଡିର ମେୟାର ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।  କଟକ ମହାନଗର ନିଗମ ମେୟର କଂଗ୍ରେସ ଓ ବିଜେଡି ମଧ୍ୟ କାଣ୍ଟେ କା ଟକ୍କର ହେଉଛି। ସୂଚନା ଅନୁଯାୟୀ ଏଠାରେ କେତେବେଳେ ବିଜେଡି ତ କେତେବେଳେ କଂଗ୍ରେସ ଆଗୁଆ ରହୁଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ  କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେ‌ହେରା ୯୮୩୪ ଭୋଟ୍‌ ପାଇ ପଛେଇଛନ୍ତି। ବିଜେଡିର ସୁବାସ ସିଂ ୧୦,୬୭୭ ଭୋଟ୍‌ ପାଇ ଆଗୁଆ ଅଛନ୍ତି। ସେହିପରି ବିଜେପିର ଶ୍ରୀତମ ମହାନ୍ତି ୪୨୪୩ ଭୋଟ୍‌ ପାଇ ପଛରେ ଅଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୪୩୦୦ ଭୋଟ୍‌ ପାଇ ଆଗରେ ଅଛନ୍ତି। ଏଠାରେ ବିଜେପିର ସୁନୀତି ମୁଣ୍ଡ ୨୯୪୭ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେହିପରି ବ୍ରହ୍ମପୁରରେ ବିଜେଡିର ବିଜେଡି ପ୍ରାର୍ଥିନୀ ୧୯ ୨୩୩‌‌ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥିନୀ ୧୫ ୬୨୩ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି।