କଟକବାସୀଙ୍କୁ ୧୫୬୭ କୋଟିର ପ୍ରକଳ୍ପ ଦେଲେ ନବୀନ
କଟକବାସୀଙ୍କୁ ୧୫୬୭ କୋଟିର ପ୍ରକଳ୍ପ ଦେଲେ ନବୀନ
କଟକ:କଟକ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା । ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ଟାରେ କଟକରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ଗରିବଙ୍କ ଦୁଃଖ ଦୂର କରିବ ।
ଏହି କାର୍ଡ ଜରିଆରେ ୯୬ ଲକ୍ଷ ପରିବାର ଉପକୃତ ହେବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସଚେତନତା ରଥର ଶୁଭାରମ୍ଭ ହୋଇଛି ।
କଟକବାସୀଙ୍କୁ ୧୫୬୭ କୋଟିର ଶତାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପାନୀୟ ଜଳଯୋଗାଣ, ସହରାଞ୍ଚଳର ବିକାଶ ସହିତ ଜଳସମ୍ପଦ ଓ ମହିଳା ଶିଶୁ ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।




admin 