ମାହାଙ୍ଗାରେ ପ୍ରତାପ ଜେନାଙ୍କୁ ଚପଲ ଫିଙ୍ଗିଲେ

ମାହାଙ୍ଗାରେ ପ୍ରତାପ ଜେନାଙ୍କୁ ଚପଲ ଫିଙ୍ଗିଲେ

ମାହାଙ୍ଗାରେ ପ୍ରତାପ ଜେନାଙ୍କୁ ଚପଲ ଫିଙ୍ଗିଲେ

ସାଲେପୁର: କଟକ ଜିଲ୍ଲା ମାହାଙ୍ଗାର ଏରକଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ହୋଇଛି ଚପଲ ମାଡ଼। ଅବଶ୍ୟ ଚପଲଟି ତାଙ୍କ ଦେହରେ ବାଜି ନଥିଲା। ଏହା ତାଙ୍କ ସୁରକ୍ଷାକର୍ମୀଙ୍କ ଦେହରେ ବାଜିଥିଲା।

 ଗତକାଲି ସେଠାରେ ଆୟୋଜିତ ଶରତ ଉତ୍ସବ କାର୍ୟ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। କାର୍ୟ୍ୟକ୍ରମ ଚାଲିଥିବା ବେଳେ ସେ ମଞ୍ଚରେ ବସିଥିବା ବେଳେ ତଳୁ ଭିଡ଼ ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ଲକ୍ଷ୍ୟ କରି ଚପଲଟିଏ ଫୋପାଡ଼ି ଥିଲେ। ଏହା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମନ୍ତ୍ରୀଙ୍କୁ ଚପଲ ଫିଙ୍ଗି ଥିବା ବ୍ୟକ୍ତିଙ୍କୁ ପୁଲିସ୍‌ କିଛି ସମୟ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ, ସେ ନେଇ କିଛି ସୂଚନା ମିଳିପାରି ନାହିଁ।