ଗୋଟିଏ ସ୍କୁଲ୍‌ର ୪୦ରୁ ଅଧିକ ଛାତ୍ରୀ କରୋନା ସଂକ୍ରମିତ

ଗୋଟିଏ ସ୍କୁଲ୍‌ର ୪୦ରୁ ଅଧିକ ଛାତ୍ରୀ କରୋନା ସଂକ୍ରମିତ

ଗୋଟିଏ ସ୍କୁଲ୍‌ର ୪୦ରୁ ଅଧିକ ଛାତ୍ରୀ କରୋନା ସଂକ୍ରମିତ

ବାରିପଦା: ଗୋଟିଏ ବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହେରୁ ଊର୍ଦ୍ଧ୍ବ ଛାତ୍ରୀ ପଢୁଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ କୋଭିଡ ପଜିଟିଭ ଆସିଛି । ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟବିଭାଗ ।

ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏହା ସହିତ ଆଣ୍ଟିଜେନ୍ରେ ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆର୍‌ଟିପିସିଆର୍ ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ସେହିପରି ପଜିଟିଭ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।