କଟକ ସହରରେ ସୁନା ଚାନ୍ଦି ମେଢରେ ଝଲସୁଛନ୍ତି ମା'କାଳୀ
କଟକ ସହରରେ ଆରମ୍ଭ ହୋଇଛି କାଳୀପୂଜା । ଏଥି ପାଇଁ ଉଠିବ ପଡିବ ବାଉନ ବଜାର ତେପନ ଗଳି । ଗୁରୁବାର ମଧ୍ୟରାତ୍ରିରେ ମାଆ କାଳୀଙ୍କ ଆବାହନ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଆସନ୍ତା ୩ ତାରିଖରେ ମାଆଙ୍କ ଭସାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମାଆଙ୍କ ପୂଜାକୁ ନଜରରେ ରଖି କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । କଟକ ଇଣ୍ଡୋର ଷ୍ଟାଡିଅମରେ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ବସିଥିଲା ପ୍ରସ୍ତୁତି ବୈଠକ। ସୁରକ୍ଷା ବ୍ୟବସ୍ଥାରେ ମୋଟ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୭୩ ରୁ ଉର୍ଦ୍ଧ୍ବ ମଣ୍ଡପରେ ମାଆକାଳୀ ପୂଜା ପାଇବେ । ଏହାରି ମଧ୍ୟରେ ଅନେକ ସୁନା ଓ ରୁପା ମେଢ଼ ମଧ୍ୟ ରହିଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଏହି ମଣ୍ଡପ ନିକଟରେ ଆର୍ମ ପୋଲିସ ମୁତୟନ ରହିବେ। ସବୁ ମଣ୍ଡପ ନିକଟରେ ପୋଲିସର କ୍ୟାମ୍ପ ରହିବ। ଏବଂ ପୂଜା ସମୟରେ ଦିନ ରାତି ପୋଲିସର କଡା ପେଟ୍ରୋଲିଂ ରହିବ ଯାହାଦ୍ୱାରା ଟ୍ରାଫିକ କଟକଣା, ଅସାମଜିକ କାର୍ୟ୍ୟକଳାପ ଉପରେ ନଜର ରଖାଯାଇ ପାରିବ ବୋଲି କହିଛନ୍ତି କଟକ ଡିସିପି ଜଗ ମୋହନ ମୀନା ।