କଟକ ବଡ଼ ମେଡ଼ିକାଲରେ ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର
କଟକ ବଡ଼ ମେଡ଼ିକାଲରେ ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର
କଟକ: ଗରିବ ହୁଅନ୍ତୁ କି ଧନୀ ସମସ୍ତଙ୍କ ଭରସା ଥାଏ କଟକ ଏସସିବି ମେଡ଼ିକାଲକୁ ରୋଗୀକୁ ନେଲେ ରୋଗୀ ଭଲ ହୋଇ ଫେରିବ । କିନ୍ତୁ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି କଟକ ବଡ଼ ମେଡ଼ିକାଲ । ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଭିତରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।
ସୂଚନା ଅନୁସାରେ, ଓଡ଼ିଶାର ବଡ଼ ମେଡ଼ିକାଲ ଏସସିବି ମେଡ଼ିକାଲରେ ରୋଗୀ ଓ ଚାଲିବାକୁ ଅକ୍ଷମ ବ୍ୟକ୍ତିଙ୍କୁ ମିଳିପାରୁନାହିଁ ଷ୍ଟ୍ରେଚର । ରୋଗୀଙ୍କ ଚିକିତ୍ସା ନିମନ୍ତେ ସମ୍ପର୍କୀୟଙ୍କ କାନ୍ଧରେ ବୁହାହୋଇ ଯିବାକୁ ପଡ଼ୁଛି । ଏହି ସମୟରେ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ରୋଗୀ କାନ୍ଧରେ ବୋହାହୋଇ ଗଲା ବେଳେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଷ୍ଟ୍ରେଚରରେ ସାମଗ୍ରୀ ବୁହାଚାଲିଥିଲା । ଏହାସହିତ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାଇ, ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ତାଙ୍କୁ କୌଣସି ଷ୍ଟ୍ରେଚର ଦେଇନଥିଲେ । କଟକ ଏସସିବି ମେଡ଼ିକାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱସ୍ତରୀୟ କରିବାକୁ ଚାହୁଥିବାବେଳେ ଏ ଅବ୍ୟବସ୍ଥା ସମସ୍ତଙ୍କୁ ଚକିତ କରିଛି ।




admin 