ଓଡ଼ିଶା ଛାଡ଼ିବ ଏଇଇଏସ୍‌!

ଓଡ଼ିଶା ଛାଡ଼ିବ ଏଇଇଏସ୍‌!

ଓଡ଼ିଶା ଛାଡ଼ିବ ଏଇଇଏସ୍‌!
ଓଡ଼ିଶା ଛାଡ଼ିବ ଏଇଏସ୍‌! ଓପିଜିସିରୁ ଓହରିଯିବ ସଂସ୍ଥା, ୪୯% ଅଂଶଧନ ରହିଛି, ଆଦାନୀ ପାୱାରକୁ ବିକିପାରେ ଭୁବନେଶ୍ୱର : ପାଖାପାଖି ୨୨ବର୍ଷର ସଂପର୍କ ତୁଟାଇ ଆମେରିକୀୟ ବିଦ୍ୟୁତ କମ୍ପାନି ଏଇଏସ୍ ଓଡ଼ିଶା ଛାଡିବାକୁ ମନସ୍ଥ କରିଛି । ଓଡ଼ିଶା ପାୱାର ଜେନେରସନ୍ କର୍ପୋରେସନରେ ଥିବା ୪୯% ଅଂଶଧନ କମ୍ପାନି ଯେ କୌଣସି ମୁହୂର୍ତ୍ତରେ ବିକ୍ରି କରିଦେବ । ଏ ନେଇ ପ୍ରସ୍ତୁତି ଅନେକ ବାଟ ଆଗେଇ ଗଲାଣି । ଆଦାନୀ ପାୱାର ଲିମିଟେଡକୁ ଏହି ଅଂଶଧନ ବିକ୍ରି କରିବା ଲାଗି ଆପାତତଃ ଆଲୋଚନା ହୋଇଥିବା ଖବର ହସ୍ତଗତ ହୋଇଛି । ଏହି କାରବାର ଏତେ ସନ୍ତର୍ପଣ ରେ ଚାଲିଛି ଯେ ନା କମ୍ପାନି କର୍ତ୍ତୃପକ୍ଷ କୌଣସି ସୂଚନା ଦେଉଛନ୍ତି ନା ଓପିଜିସିରେ ୫୧% ଅଂଶଧନ ରଖିଥିବା ରାଜ୍ୟ ସରକାର ମୁହଁ ଖୋଲୁଛନ୍ତି । କିନ୍ତୁ ଅତି ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଇତିମଧ୍ୟରେ ଆଦାନୀ ପାୱାର ଲିମିଟେଡର ବରିଷ୍ଠ ପଦାଧିକାରୀମାନେ ଝାରସୁଗୁଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରି ଫେରି ସାରିଲେଣି । କେଉଁ ଭଳି ପରିସ୍ଥିତିରେ ଏହି କିଣାବିକା ହେବ ସେ ନେଇ କଥାବାର୍ତ୍ତା ଜାରି ରହିଛି । ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଏ ନେଇ ସରକାରୀସ୍ତରରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ହେଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଙ୍କେତ କିନ୍ତୁ ଭିନ୍ନ ସୂଚନା ଦେଇଛି । ମନ୍ତ୍ରୀ କହିଛନ୍ତି ଯେ ଓପିଜିସିରେ ଏଇଏସର ୪୯% ଅଂଶଧନ ରହିଛି । କିନ୍ତୁ ସେମାନେ ଦୈନନ୍ଦିନ ପରିଚାଳନାରେ ରହିଛି । ଏହି ପ୍ରକଳ୍ପକୁ ନେଇ ଦୁଇଟି ବଡ଼ ସମସ୍ୟା ସାମ୍ନାକୁ ଆସିଛି ।