ବାୟୋପିକ ‘ମଇଦାନ’ରେ ପ୍ରିୟାମଣି!
ବାୟୋପିକ ‘ମଇଦାନ’ରେ ପ୍ରିୟାମଣି!
admin
Jan 20, 2020 - 06:11
Updated: Jan 20, 2020 - 06:11
ଆଧୁନିକ ଭାରତୀୟ ଫୁଟବଲକୁ ବିଶ୍ୱ ସ୍ତରରେ ପହଞ୍ଚାଇଥିବା ପ୍ରସିଦ୍ଧ କୋଚ ସୟଦ ଅବଦୁଲ ରହୀମଙ୍କ ଜୀବନୀ ଆଧାରରେ ବନାଯାଉଛି ‘ମଇଦାନ’ ନାମକ ଚଳଚ୍ଚିତ୍ର । ଏହି ବାୟୋପିକରେ ସୟଦ ଭୂମିକାରେ ଅଭିନୟ କରୁଛନ୍ତି ଅଜୟ ଦେୱଗାନ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବା ପାଇଁ ପ୍ରଥମେ ଅନୁବନ୍ଧିତ ହୋଇଥିଲେ କୀର୍ତ୍ତି ସୁରେଶ । ତାଙ୍କୁ ନେଇ ସୁଟିଂ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ମାତ୍ର ଅଳ୍ପ ଦିନ ସୁଟିଂ ପରେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ମନ ପରିବର୍ତ୍ତନ ହୋଇଥିଲା । ସେମାନଙ୍କୁ ଲାଗିଥିଲା ସତେଇଶ ବର୍ଷ ବୟସ୍କା କୀର୍ତ୍ତି ଅଧିକ ପିଲାଳିଆ ଦିଶୁଥିବାରୁ ତାଙ୍କୁ ଦିଆଯାଇଥିବା ଚରିତ୍ର ସହ ସେ ଖାପଖାଉନାହାନ୍ତି । କାହାଣୀ ଅନୁସାରେ ଚରିତ୍ର ମଧ୍ୟବୟସ୍କା ମାଆ । କୀର୍ତ୍ତିଙ୍କର ମଧ୍ୟ ସମସ୍ୟାଟି ହୃଦବୋଧ ହୋଇଥିଲା । ସେ ବିନା ଆପତ୍ତିରେ ଓହରି ଯାଇଥିଲେ । ଏବେ ଭୂମିକାଟି ପାଇଛନ୍ତି ପ୍ରିୟାମଣି । କୀର୍ତ୍ତିଙ୍କ ପରି ପ୍ରିୟାମଣି ମଧ୍ୟ ଦକ୍ଷିଣୀ ଫିଲ୍ମ ଦୁନିଆରେ ସୁପରିଚିତ । ସେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ । ତାଙ୍କ ବୟସ ପଞ୍ଚତିରିଶି ।
ବଲିଉଡ଼ ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ‘ରାବଣ’ ‘ରକ୍ତଚରିତ’ ଓ ଚେନ୍ନାଇ ଏକ୍ସପ୍ରେସ’ରେ ବଲିଉଡ ଦର୍ଶକ ତାଙ୍କୁ ଦେଖିସାରିଛନ୍ତି । ତେବେ ପ୍ରଥମ ଥର ପାଇଁ ଏକ ବଲିଉଡ଼ ଫିଲ୍ମରେ ସେ ମୁଖ୍ୟ ଭୂମିକା ପାଇଛନ୍ତି ।