୬ ବର୍ଷରେ ମିଳିଲା ପାକିସ୍ତାନର ୨୮୩୮ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା
୬ ବର୍ଷରେ ମିଳିଲା ପାକିସ୍ତାନର ୨୮୩୮ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା
admin
Jan 20, 2020 - 05:59
Updated: Jan 20, 2020 - 05:59
ଚେନ୍ନାଇ: ବିଗତ ୬ ବର୍ଷ ମଧ୍ୟରେ ପାକିସ୍ତାନର ୨୮୩୮ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିଛି । ସେହିଭଳି ଆଫଗାନିସ୍ତାନର ୯୧୪ ଏବଂ ବାଲାଂଦେଶର ୧୭୨ ଶରଣାର୍ଥୀଙ୍କୁ ନାଗରିକତା ମିଳିଛି । ସେହିଭଳି ଆଫଗାନିସ୍ତାନର ୯୧୪ ଏବଂ ବାଂଲାଦେଶର ୧୭୨ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି ବୋଲି ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ୧୯୬୪ ରୁ ୨୦୦୮ ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରୀଲଙ୍କାର ତାମିଲ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶବ୍ୟାପୀ ବିରୋଧ ହେଉଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତଥ୍ୟ ରଖିଛନ୍ତି ।
ଚେନ୍ନାଇରେ ସିଏଏ ସପକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶର ମୋଟ ୫୬୬ ମୁସଲିମଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଥିଲା । ସେହିଭଳି ମୋଦିଙ୍କ ପ୍ରଥମ ପାଳି ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୧୬ ରୁ ୨୦୧୮ ମଧ୍ୟରେ ୧୫୯୫ ଜଣ ପାକିସ୍ତାନୀ ଏବଂ ଆଫଗାନିସ୍ତାନର ୩୯୧ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି । ୨୦୧୬ ରେ ଅଦନାନ ସାମିଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ଯେଉଁମାନେ ପୂର୍ବ ପାକିସ୍ତାନରୁ ଆସିଥିଲେ ସେମାନଙ୍କୁ ଭାରତର ବିଭିନ୍ନ ସ୍ଥାନରେ ରଖାଯାଇଛି । ଭାରତ ସରକାର ନାଗରିକତାକୁ ଛଡ଼ାଇବେ ନାହିଁ, ନାଗରିକତା ପ୍ରଦାନ କରିବେ ବୋଲି ସେ କହିଛନ୍ତି । କେବଳ ସଂଘର୍ଷ ରାଜନୀତି ପାଇଁ ସିଏଏ ବିରୋଧରେ ମିଥ୍ୟା ପ୍ରଚାର ଚାଲିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ମଧ୍ୟ ପ୍ରତି ୧୦ ବର୍ଷରେ ଥରେ ନବୀକରଣ ହେବା ବ୍ୟବସ୍ଥା ରହିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତି କରି ଫାଇଦା ଉଠାଇବାକୁ ଚାହୁଁଛନ୍ତି ବୋଲି ସୀତାରମଣ କହିଛନ୍ତି ।