ଓମିକ୍ରନ୍‌କୁ ନେଇ ସତର୍କ କରାଇଳେ ମୁଖ୍ୟମନ୍ତ୍ରୀ

ଓମିକ୍ରନ୍‌କୁ ନେଇ ସତର୍କ କରାଇଳେ ମୁଖ୍ୟମନ୍ତ୍ରୀ

ଓମିକ୍ରନ୍‌କୁ ନେଇ ସତର୍କ କରାଇଳେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଓଡ଼ିଶାରେ ଚିନ୍ତା ବଢାଇଲାଣି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମିକ୍ରନ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ।

 ସେ କହିଛନ୍ତି ଯେ, ଓମିକ୍ରନ ଖୁବ ଜୋରରେ ବଢୁଛି, ଆମକୁ ସତର୍କ ରହିବାକୁ ପଡ଼ିବ ।  ସମସ୍ତେ ମାସ୍କ ପିନ୍ଧନ୍ତୁ,  ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଆପଣମାନଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ଏହି ଭାରିଏଣ୍ଟକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ମଙ୍ଗଳବାର ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ମଧ୍ୟାହ୍ନ ୧୨ଟା ୩୦ମିନିଟ୍ ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ ।

ତେବେ କିଭଳି ଭାବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ କୁ ମୁକାବିଲା କରିହେବ ସେନେଇ ଏହି ବୈଠକରେ ଆଲୋଚନା ହେବ । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଯୋଗଦେବେ ବୋଲି ସୂଚନା ମିଳିଛି।