ଓଡ଼ିଶାରୁ ୩ ମାସରେ ୧୨୨୨ କୋଟି ଆୟ କରିଛନ୍ତି ୪ କମ୍ପାନୀ

ଓଡ଼ିଶାରୁ ୩ ମାସରେ ୧୨୨୨ କୋଟି ଆୟ କରିଛନ୍ତି ୪ କମ୍ପାନୀ

ଓଡ଼ିଶାରୁ ୩ ମାସରେ ୧୨୨୨ କୋଟି ଆୟ କରିଛନ୍ତି ୪ କମ୍ପାନୀ
ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟତଃ ଚାରିଟି କମ୍ପାନୀ ସେବା କ୍ଷେତ୍ରରେ ସକି୍ରୟ ରହିଛନ୍ତି । ତାହା ହେଉଛି ବିଏସଏନଏଲ, ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ । ଏହି ଚାରି କମ୍ପାନୀ ଚଳିତ ବର୍ଷର ଜୁଲାଇ ସେପ୍ଟେମ୍ବରରେ (ଦ୍ୱିତୀୟ ତ୍ରୟମାସ) ରାଜ୍ୟରୁ ୧୨୨୨ କୋଟି ଟଙ୍କା ଆୟ କରିଛନ୍ତି । ରିଲାଏନ୍ସ ଜିଓ ସେଥି ମଧ୍ୟରୁ ଅଧାରୁ ଅଧିକ ଟଙ୍କା ଆୟ କରିଛି । ଏହି ତିନି ସମାରେ ଜିଓ ୬୩୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଥିବା ବେଳେ ଏୟାର ଟେଲ ୪୩୫ କୋଟି, ଭୋଡାଫୋନ ଆଇଡିଆ ୮୦ କୋଟି ଓ ବିଏସଏନଏଲ ୭୦ କୋଟି ଟଙ୍କା ଆୟ କରିଛନ୍ତି ବୋଲି ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଜଣାପଡ଼ିଛି । ମୋବାଇଲ ସେବାରୁ କମ୍ପାନୀ ଗୁଡ଼ିକ ଏବେ ରେଣ୍ଟାଲ କଲ, ଏସଏମଏସ, ଡାଟା ଏବଂ ମୂଲ୍ୟ ଯୁକ୍ତ ସେବା ଆଦିରୁ ରାଜସ୍ୱ ପାଇଥାନ୍ତି । କମ୍ପାନୀ ଗୁଡ଼ିକ ପ୍ରାୟ ତିନି ଭାଗରୁ ରାଜସ୍ୱ ଡାଟା ସେବାରୁ ପାଉଛନ୍ତି । କଲରୁ ମିଳିଥିବା ରାଜସ୍ୱ ଦ୍ୱିତୀୟ ସ୍ଥାନରେ ରହିଛି । ଏସଏମଏସରୁ ହେଉଥିବା ଆୟ ବହୁତ କମ ରହିଛି । ଅନ୍ୟ ପକ୍ଷରେ ଓଡ଼ିଶା ଭଳି ରାଜ୍ୟରେ ପ୍ରତି ପୋଷ୍ଟପେଡ ଗ୍ରାହକ ମାସକୁ ୩୮୦ ମିନିଟର ଆଉଟ ଗୋଇଙ୍ଗ କଲ କରୁଥିବା ବେଳେ ୩୮୫ ମିନିଟ ଇନକମିଂ କଲରେ ବିତାଉଛନ୍ତି ।