ବିଶ୍ୱର ୧୦ ଶ୍ରେଷ୍ଠ ସିଇଓଙ୍କ ମଧ୍ୟରେ ୫ ଭାରତୀୟ

ବିଶ୍ୱର ୧୦ ଶ୍ରେଷ୍ଠ ସିଇଓଙ୍କ ମଧ୍ୟରେ ୫ ଭାରତୀୟ

ବିଶ୍ୱର ୧୦ ଶ୍ରେଷ୍ଠ ସିଇଓଙ୍କ ମଧ୍ୟରେ ୫ ଭାରତୀୟ
ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ ସିଇଓଙ୍କ ଏକ ତାଲିକା ସୋମବାର ପ୍ରକାଶ ପାଇଛି । ଏହି ତାଲିକାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ଭାରତୀୟ ରହିଛନ୍ତି । ଭର୍ଡିକ୍ଟ ପକ୍ଷରୁ ୨୦୨୦ର ଦ୍ୱିତୀୟ ତ୍ରେିମାସିକ ପାଇଁ ଏହି ସର୍ବେକ୍ଷଣ କରାଯାଇଥିଲା । ଏହି ତାଲିକାରେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସମେତ ୫ ଜଣ ଭାରତୀୟ ରହିଛନ୍ତି । ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଟାନିକ୍ସର ସିଇଓ ଧୀରଜ ପାଣ୍ଡେ । ପାଣ୍ଡେ ନ୍ୟୁଟାନିକ୍ସର ପ୍ରତିଷ୍ଠାତା ରହିବା ସହିତ ଆଡୋବର ବୋର୍ଡ ମେମ୍ବର ମଧ୍ୟ ରହିଛନ୍ତି । ଟେସଲାର ସିଇଓ ଏଲନ ମସ୍କ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆପଲର ସିଇଓ ଟିମ୍ କୁକ୍ ଏହି ତାଲିକାର ତୃତୀୟ ଏବଂ ଆନନ୍ଦ ମହିନ୍ଦ୍ରା ଚତୁର୍ଥ ସ୍ଥାନରେ ରହିଛନ୍ତି । ଟ୍ୱିଟ୍ଟର ସିଇଓ ଜ୍ୟାକ୍ ଡର୍ସି ପଞ୍ଚମ ସ୍ଥାନରେ ରହିଥିବା ବେଳେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଷଷ୍ଠ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ସେଲସଫୋର୍ସ ସିଇଓ ମାର୍କ ବେନୋଫ୍, ଡେଲ୍ ସିଇଓ ମାଇକେଲ୍ ଡେଲ ଏବଂ ଜମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି ।