ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡାଲ

ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡାଲ

ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡାଲ
ଭୁବନେଶ୍ୱର: ସେନାରେ ପୁଣି ଜଣେ ଓଡ଼ିଆ ପୁଅଙ୍କ କମାଲ । ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି । ସୀମାରେ ଚୀନ ସେନାଙ୍କ ବିରୋଧରେ ପରାକ୍ରମ ପାଇଁ ପୂଣ୍ୟବାଚୀ ମହାନ୍ତିଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି । ଏବେ ପୂଣ୍ୟବାଚୀ ମହାନ୍ତି ୯ ପାରା ସ୍ପେଶାଲ ଫୋର୍ସେସରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେନାରେ ବୀରତ୍ୱ ପାଇଁ ପୂଣ୍ୟବାଚୀ ମହାନ୍ତିଙ୍କୁ ସେନା ମେଡାଲ ମିଳିଥିଲା । ତେବେ ଏବେ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।