ମିଟିଂ କଟକଣାକୁ ନେଇ ତାରା ବାହିନୀପତିଙ୍କ ପ୍ରଶ୍ନ

ମିଟିଂ କଟକଣାକୁ ନେଇ ତାରା ବାହିନୀପତିଙ୍କ ପ୍ରଶ୍ନ

ମିଟିଂ କଟକଣାକୁ ନେଇ ତାରା ବାହିନୀପତିଙ୍କ ପ୍ରଶ୍ନ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶନିବାର କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବୈଠକ ବ୍ରହ୍ମପୁରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଚେଲାକୁମାରଙ୍କ ବୈଠକରେ କଟକଣା ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ବୈଠକରେ ଆସିବାକୁ ଥିବା ଲୋକଙ୍କ ସଂଖ୍ୟାକୁ ନେଇ ଲଗାଯାଇଥିବା କଟକଣାକୁ ନେଇ ତାରା ଖପ୍ପା ହୋଇଥିବା ଜଣାଯାଇଛି । ସରକାରୀ କାର୍ଯ୍ୟକ୍ରମରେ କିପରି ଶତାଧିକ ଲୋକଙ୍କୁ ଅନୁମତି ଦିଆଯାଉଛି ବୋଲି ତାରା ପ୍ରଶ୍ନ କରିଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ବୈଠକକୁ ନେଇ ପ୍ରଶାସନ ଅସହିଷ୍ଣୁ ବୋଲି ତାରା କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ବୈଠକକୁ ଯାଉଥିବା ଲୋକଙ୍କୁ ଯେମିତି ହଇରାଣ କରାନଯାଉ ବୋଲି ତାରା କହିଛନ୍ତି । ପ୍ରକାଶ ଯେ, ଚେଲ୍ଲାକୁମାରଙ୍କ ବୈଠକ ସ୍ଥଳକୁ ମାତ୍ର ୧୫୦୦ ଲୋକଙ୍କୁ ଅନୁମତି ମିଳିଛି । ଯାହାକୁ ନେଇ କଂଗ୍ରେସ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।