ଝରାଫୁଲ ମୃତୁ୍ୟର ରହସ୍ୟ ଖୋଲିଲେ ବୟଫ୍ରେଣ୍ଡ ରାକେଶ

ଝରାଫୁଲ ମୃତୁ୍ୟର ରହସ୍ୟ ଖୋଲିଲେ ବୟଫ୍ରେଣ୍ଡ ରାକେଶ

ଝରାଫୁଲ ମୃତୁ୍ୟର ରହସ୍ୟ ଖୋଲିଲେ ବୟଫ୍ରେଣ୍ଡ ରାକେଶ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତୁ୍ୟ କେମିତି ହେଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ପୁଲିସ ତନାଘନା କରି ଯେଉଁ ସନ୍ଦିଗ୍ଧ ଯୁବକକୁ ଧରିଛି ସେ ଝରାଫୁଲର ପ୍ରେମିକ ରାକେଶ ବୋଲି ଜଣାପଡ଼ିଥିବାରୁ ହତ୍ୟାକାଣ୍ଡ ପଛରେ ପ୍ରେମ ହିଁ ମୁଖ୍ୟ କାରଣ ବୋଲି ସନେ୍ଦହ କରାଯାଉଥିଲା । ଝରାଫୁଲର ବାପା ରମାକାନ୍ତ ଦାୟକ ମଧ୍ୟ ପ୍ରେମ ପାଇଁ ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରିଥିଲେ । ତେବେ ଝରାଫୁଲର ମୃତୁ୍ୟ ନେଇ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ କହିଛି । ରାକେଶର କହିବା ଅନୁସାରେ, ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ । ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ କଟକ ବଡ଼ ମେଡିକାଲକୁ ନେଉଥିଲେ । ହେଲେ ଝରାଫୁଲ ଅଚତେ ହୋଇପଡିଥିବା ବନ୍ଧୁଙ୍କୁ କହିନଥିଲେ । ବଂର ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହି କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ ଅନ୍ୟ କିଛି ଲୋକ ସନ୍ଦେହ କରି ଆଗରେ ଗାଡି ରଖିବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିବା ବନ୍ଧୁଙ୍କୁ ଜଣାଇଲେ । ପୁଲିସ ଭୟରେ ଦୁହେଁ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଘଟଣା ରାତିରେ ଝରାଫୁଲ ଖଣ୍ଡଗିରିସ୍ଥିତ ଏକ ଗେଷ୍ଟ ହାଉସରେ ଥିଲେ । ଧର୍ମବିହାର ଲେନ-୬ରେ ଥିବା ଏକ ଗେଷ୍ଟ ହାଉସରେ ଝରାଫୁଲ ରହିଥିଲେ । ବନ୍ଧୁ ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ରହିଥିବା ସୂଚନା ମିଳିଛି । ଗେଷ୍ଟ ହାଉସରେ ଉଭୟ ରହିଥିବା ନିକଟ ସିସିଟିଭରୁ ଜଣାପଡ଼ିଛି । ସେହିପରି ଗେଷ୍ଟ ହାଉସ ନିକଟରେ ଥିବା ସିସିଟିଭିରେ ଅନ୍ୟ ଏକ ଦୃଶ୍ୟ ମଧ୍ୟ କଏଦ ହୋଇଛି । ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବା ଦୃଶ୍ୟ ମଧ୍ୟ ରହିଛି । ଗତକାଲି ଅର୍ଥାତ ଗୁରୁବାର ଝରାଫୁଲଙ୍କ ବାପା ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଝିଅ ଝରାଫୁଲର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ସମ୍ପର୍କ ଥିଲା ବୋଲି ସେ କହିଥିଲେ । ତେଣୁ ଝିଅର ମୃତୁ୍ୟ ପାଇଁ ରାକେଶଙ୍କୁ ସନେ୍ଦହ କରୁଛି ବୋଲି ଝରାଫୁଲଙ୍କ ବାପା କହିଥିଲେ । ଏହାଛଡ଼ା ତାଙ୍କ ବାପା କହିଥିଲେ ଯେ, ଗତ ୨୪ ତାରିଖ ସନ୍ଧ୍ୟା ୫ଟାରେ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା । ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ ଆସିଥିଲା । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ଥିବା କହିଥିଲା । ୨୬ ତାରିଖ ରାତି ୧୧ଟାରେ ବସରେ ଘରକୁ ଫେରୁଛି ବୋଲି ଝରାଫୁଲ କହିଥିବା ତାଙ୍କ ବାପା କହିଥିଲେ ।