ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ
ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ
ଭୁବନେଶ୍ୱର : ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସେ ହେଉଛନ୍ତି ମାଲକାନଗିରିର ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ତାଙ୍କର ଗତବର୍ଷ ବାବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ୟ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ। ସେଠାରେ ସେ ଭୂତତ୍ୱ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ୟ୍ୟ କରୁଥିଲେ ।ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଓଏନ୍ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା ।ପୂରା ନୂଆ ସିକୋର୍ସ୍କି ଏସ୍୭୬ଡି ହେଲିକପ୍ଟରଟି ପବନହଂସ ଦ୍ବାରା ପରିଚାଳିତ ହେଉଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା । କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ଜେନେରାଲ ବୀରେନ୍ଦ୍ର ପଠାନିଆଙ୍କ କହିବା ଅନୁସାରେ ଉଦ୍ଧାର କାର୍ୟ୍ୟ ପାଇଁ ଡାମନ ବିମାନଘାଟିରୁ ଡୋର୍ନିୟର ବିମାନ ପହଞ୍ଚିଥିଲା । ଏକ ସି କିଙ୍ଗ ହେଲିକପ୍ଟର ମଧ୍ୟ ତାଲିମପ୍ରାପ୍ତ ବୁଡ଼ାଳିମାନଙ୍କ ସହ ଉଦ୍ଧାର କାର୍ୟ୍ୟ ପାଇଁ ପହଞ୍ଚିଥିଲା ।




admin 