ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟ ଗଲା ଶିବସେନା

ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟ ଗଲା ଶିବସେନା

ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ: ଫ୍ଲୋର ଟେଷ୍ଟ ବିରୋଧ ରେ ସୁପ୍ରିମକୋର୍ଟ ଗଲା ଶିବସେନା। ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ନେତା ସୁପ୍ରିମକୋର୍ଟ ଯାଇଛନ୍ତି। ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ କରିବାକୁ ନିବେଦନ କରାଯାଇଛି। ମହାରାଷ୍ଟ୍ର ସରକାରରେ ଥିବା ୧୬ ଜଣ ବିଧାୟକଙ୍କ ସଭ୍ୟରଦ୍ଦ ନେଇ ସୁପ୍ରିମକୋର୍ଟରେ ମାମାଲା ବିଚରାଧୀନ ରହିଛି। ତେଣୁ ଏହି ଆଧାରରେ ରାଜ୍ୟପାଳ ଡାକିଥିବା ଫ୍ଲୋର ଟେଷ୍ଟ ପଦକ୍ଷେପ ଉପରେ ରହିତାଦେଶ ଲାଗୁ କରିବାକୁ ଆବେଦନ କରାଯାଇଛି। ଦଳର ମୁଖ୍ୟ ହୁଇପ ସୁନୀଲ ପ୍ରଭୁ କହିଛନ୍ତି ଯେ , ପ୍ରଥମେ ବିଧାୟକମାନଙ୍କର ଅଯୋଗ୍ୟ ପ୍ରସଙ୍ଗ ନେଇ ଶୁଣାଣି ନହେବା ପର୍ୟ୍ୟନ୍ତ ଫ୍ଲୋର ଟେଷ୍ଟ ହୋଇ ପାରିବ ନାହିଁ। ତେଣୁ ଫ୍ଲୋର ଟେଷ୍ଟ ପ୍ରସଙ୍ଗରେ ଅଗ୍ରାଧିକାର ଭିତ୍ତିରେ ଆଜି ଶୁଶାଣି ପାଇଁ ଦାବି କରାଯାଇଛି। ଏଥିରେ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଅର୍ଥାତ ଏହି ମାମଲାରେ ଆଜି ଶୁଣାଣି ହେବ।ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଲାଗି ଫ୍ଲୋର୍‌ ଟେଷ୍ଟ୍‌ ବା ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖି ଜଣାଇଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ଶେଷ ହେବା ଉଚିତ ବୋଲି ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।ଫ୍ଲୋର୍ ଟେଷ୍ଟ ସମ୍ପର୍କରେ ଗତକାଲି ଦେବେନ୍ଦ୍ର ଫଡ଼ନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ଦାବି ଜଣାଇଥିଲେ।  ପ୍ରାୟ ଦେଢ଼ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ଉଦ୍ଧବ ସରକାର ଏବେ ସଂଖ୍ୟା ଲଘୁଥିବା ଜଣାଇବା ସହିତ ରାଜ୍ୟପାଳଙ୍କୁ ଭେଟି ବହୁମତ ସାବ୍ୟସ୍ତ ପାଇଁ ଦାବି କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ଅନ୍ୟପଟେ ଗୌହାଟି ହୋଟେଲ୍‌ରେ ଥିବା ବିଦ୍ରୋହୀ ଶିବସେନା ବିଧାୟକମାନେ ନିଜ ଆସବାବପତ୍ର ଧରି ବିମାନ ‌ଯୋଗେ ମୁମ୍ବାଇ ଯିବାକୁ ନିର୍ଦ୍ଦେଶ ହୋଇଛି। ସେମାନଙ୍କୁ ନେଇ ମୁମ୍ବାଇ ନିକଟବର୍ତ୍ତୀ କୌଣସି ଏକ ସ୍ଥାନରେ ରଖାଯିବାର ସମ୍ଭାବନା ରହିଛି।