ଏହି ମନ୍ଦିରରେ ଔରଙ୍ଗଜେବଙ୍କୁ ନତମସ୍ତକ ହେବାକୁ ପଡିଥିଲା
ଏହି ମନ୍ଦିରରେ ଔରଙ୍ଗଜେବଙ୍କୁ ନତମସ୍ତକ ହେବାକୁ ପଡିଥିଲା
ଇତିହାସ ଜାଣିବା ସମୟରେ ଔରଙ୍ଗଜେବ ଙ୍କ କଥା ମନେପଡେ । ଇତିହାସକୁ ପଢ଼ିଲେ ଜଣା ପଡେ ଯେ ହିନ୍ଦୁ ମନ୍ଦିରକୁ ଭାଙ୍ଗିବାରେ ଔରଙ୍ଗଜେବଙ୍କର ରହିଛି ପ୍ରମୁଖ ଭୂମିକା । ସାରା ଦେଶରେ ହଜାର ହଜାର ମନ୍ଦିରକୁ ସେ ଧ୍ୱଂସ କରିଥିଲା । ସେଥିମଧ୍ୟରୁ ରାଜସ୍ଥାନ ମଧ୍ୟ ବାଦ୍ ପଡିନି । କିନ୍ତୁ ଏଠାରେ ମାଆଙ୍କର ଏପରି ଏକ ମନ୍ଦିର ରହିଛି ଯେଉଁଠି ଔରଙ୍ଗଜେବଙ୍କର ସାହାସ ପାଇନଥିଲା । ରାଜସ୍ଥାନର ଜିନମାତା ମନ୍ଦିର । ଯାହାକି ସବୁବେଳେ ରହିଥାଏ ଚର୍ଚ୍ଚା ଘେରରେ ।
ଭାରତରେ ହଜାର ହଜାର ମନ୍ଦିର ରହିଛି । ଆସ୍ଥା ଓ ବିଶ୍ୱାସର ଦେଶ ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହା ଅତ୍ୟନ୍ତ ରହସ୍ୟମୟ । ଏହି ମନ୍ଦିରଗୁଡ଼ିକରେ ଏପରି ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ । କେତେକ ମନ୍ଦିର ଏହାର ଗଠନ ପାଇଁ ପ୍ରସିଦ୍ଧ, କେତେକ କାହାଣୀ ପାଇଁ ପ୍ରସିଦ୍ଧ ।
ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଜିନମାତା ମନ୍ଦିର ବହୁତ ପ୍ରସିଦ୍ଧ । କୁହାଯାଏ ଯେ, ଏହି ମନ୍ଦିରରେ ଔରଙ୍ଗଜେବଙ୍କୁ ନତମସ୍ତକ ହେବାକୁ ପଡିଥିଲା । ମନ୍ଦିରର ଚମତ୍କାରିତାକୁ ନେଇ ସେ ଏତେ ପ୍ରଭାବିତ ହୋଇଥିଲେ ଯେ ତାକୁ ଭାଙ୍ଗିବାକୁ ସାହାସ କରିନଥିଲେ । ଏମିତିରେ ସେ ପ୍ରଥମେ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଲଗାଇବା ଆରମ୍ଭ କରିଥିଲା । ଆଉ ଦିଲ୍ଲୀ ଦରବାରରୁ ତେଲ ପଠାଇବା ଆରମ୍ଭ କଲେ । ଜିନମାତା ମନ୍ଦିରରେ ସେବେଠାରୁ ଏହି ଅଖଣ୍ଡ ଜ୍ୟୋତ ଜଳି ଆସୁଛି ।
ସୂଚନା ଅନୁସାରେ ଯେତେବେଳେ ଔରଙ୍ଗଜେବଙ୍କ ସେନା ଉତ୍ତର ଭାରତର ମନ୍ଦିର ଉପରେ ଆକ୍ରମଣ କରୁଥିଲେ ସେତେବେଳେ ଜିନ ମାତାଙ୍କ ମନ୍ଦିରକୁ ମଧ୍ୟ ଆକ୍ରମଣ କରିବାକୁ ଚାହୁଁଥିଲା । ମୋଗଲ ଆକ୍ରମଣରୁ ବଞ୍ଚିବା ପାଇଁ ଗ୍ରାମ ବାସୀ ତଥା ମନ୍ଦିର ପୂଜାରୀ ମାଆଙ୍କ ପାଖରେ ଗୁହାରୀ ଲଗାଇଲେ । ଯାହାପରେ ମୁଗଲ ସେନାଙ୍କ ଉପରେ ଭଅଁର ଆକ୍ରମଣ କରିଥିଲା । ଏହାକୁ ଦେଖି ମୋଗଲ ସେନା ଡରିଯାଇଥିଲେ । ଏହି ଖବର ଯେତେବେଳେ ମୁଗଲ ସମ୍ରାଟଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ମାତାଙ୍କ ଚମତ୍କାର ସମ୍ପର୍କରେ ଜାଣିପାରିଲେ । ପରେ ନିଜ ଭୁଲ ମାନି ମାତାଙ୍କ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଜଳାଇବା ପାଇଁ ସଂକଳ୍ପ ନେଲେ ।
ତେବେ ଜିନମାତାଙ୍କ ମନ୍ଦିର ପ୍ରସିଦ୍ଧ ତୀର୍ଥନଗରୀ ଖାଟୁ ଶ୍ୟାମଜି ଠୁ ୨୬ କିଲୋମିଟର ଦୂର ରେ ସ୍ଥାପିତ ହୋଇଛି । ଜୟପୁରରୁ ୩୦ କିଲୋମିଟର ଦୁରରେ ଏହି ମନ୍ଦିରଟି ରହିଛି । ଏଠାରେ ଚୈତ୍ର ନବରାତ୍ର ମେଳା ର ବଡ ଆୟୋଜନ ହୋଇଥାଏ । ଏହି ସମୟରେ ଅନେକ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଖଟୁ ଶ୍ୟାମଜି ଙ୍କ ଫାଲଗୁନ ମାସରେ ମାସିକ ମେଳା ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।




admin 