ପୁଣି ଏକାଠି ନଜର ଆସିବେ ରଣବୀର, ଆଲିଆ

ପୁଣି ଏକାଠି ନଜର ଆସିବେ ରଣବୀର, ଆଲିଆ

ପୁଣି ଏକାଠି ନଜର ଆସିବେ ରଣବୀର, ଆଲିଆ

୨୦୧୯ ମସିହାରେ ‘ଗଲି ବୟ’ ଫିଲ୍ମରେ ଅଭିନେତା ରଣବୀର ସିଂହଙ୍କ ସହ ନଜର ଆସିଥିଲେ ଆଲିୟା ଭଟ୍ଟ । ପିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ତା’ର ଚାରିବର୍ଷ ପରେ ପୁଣିଥରେ ଏହି ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ । କରନ ଜୋହରଙ୍କ ଅପକମିଙ୍ଗ ଫିଲ୍ମ ‘ରକି ଔର ରାନୀ କୀ ପ୍ରେମ କାହାନି’ରେ ଆଲିୟା ରଣବୀରଙ୍କ ବିପକ୍ଷରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ନିକଟରେ କରନ ଫିଲ୍ମର ରିଲିଜ ଡେ଼ଟ ଘୋଷଣା କରିଛନ୍ତି ।

କରନଙ୍କ ଘୋଷଣା ଅନୁସାରେ, ଫିଲ୍ମଟି ଆସନ୍ତାବର୍ଷ ଫେବ୍ରୁଆରୀ ବଦଳରେ ଏପ୍ରିଲରେ ମୁକ୍ତିଲାଭ କରିବ । କରନ୍ ମଧ୍ୟ ତା’ର ନିଦେ୍ର୍ଧଶନା ଦେଉଛନ୍ତି । ଫିଲ୍ମଟି ଗୋଟିଏ ଫ୍ୟାମିଲି ଡ଼୍ରାମା ହୋଇଥିବା ବେଳେ ଆଲିୟା ଦମଦାର ଭୂମିକାରେ ନଜର ଆସିବେ । ‘ରକି ଔର ରାନୀ କୀ ପ୍ରେମ କାହାନି’ର କାହାଣୀକୁ ଇଶିତା ମୋଇତ୍ର, ଶଶାଙ୍କ ଖୈତାନ୍ ଏବଂ ସୁମିତ ରୟ ରଚନା କରିଛନ୍ତି ।