ଏହି ଦେଶରେ ଅଧିକ ମାତ୍ରରେ ଟିକା ଦିଆଯିବା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ
ଏହି ଦେଶରେ ଅଧିକ ମାତ୍ରରେ ଟିକା ଦିଆଯିବା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ
admin
May 13, 2021 - 12:59
Updated: May 13, 2021 - 12:59
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଟିକାକୁ କରୋନା ମୁକାବିଲା ପାଇଁ ମହୌଷଧ ଭାବେ ବର୍ଣ୍ଣନା କରାଯାଉଥିଲାବେଳେ ଦୁନିଆର ଗୋଟିଏ ଦେଶରେ ଅଧିକ ମାତ୍ରରେ ଟିକା ଦିଆଯିବା ସତ୍ତ୍ୱେ ସେଠାରେ କରୋନା ସ୍ଥିତି ଅସମ୍ଭାଳ ହେବା ଏବେ ଚିନ୍ତାର କାରଣ ପାଲଟିଛି । ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ ଏହି ଦେଶର ନାମ ହେଉଛି ସିସିଲି । ଏହାର ଜନସଂଖ୍ୟା ୧ ଲକ୍ଷରୁ କମ୍ ଅଟେ । ଏଠକର ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇସରିଛି । ୫୭% ଲୋକଙ୍କୁ ଚୀନ୍ ଦ୍ୱାରା ପ୍ରସ୍ତୁତ ସିନେଫାର୍ମ ଟିକା ଦିଆଯାଇଥିଲାବେଳେ ବାକି ଲୋକଙ୍କୁ ଭାରତର ସେରମ ଇନଷ୍ଟିଚୁ୍ୟଟ ଦୂର ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯାଇଛି । ହେଲେ ଏହାପରେ ବି ଗତ ସପ୍ତାହରେ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେଇଯାଇଛି । ମାତ୍ର ଗୋଟିଏ ସପ୍ତାହ ଭିତରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨୪୮୬ରେ ପହଞ୍ଚିଛି । ଏମାନଙ୍କ ଭିତରୁ ଏକ-ତୃତୀୟାଂଶ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି । ଅବଶ୍ୟ ଟିକା ନେଇଥିବା କୌଣସି ବ୍ୟକ୍ତିର ଏପର୍ଯ୍ୟନ୍ତ ମୃତୁ୍ୟ ହୋଇନାହିଁ । ତେବେ ଟିକାର ଦୁଇଟି ଯାକ ଡୋଜ ନେବା ପରେ ବି ଏତେ ସଂଖ୍ୟାରେ ଲୋକ କରେନା ଦ୍ୱାରା ଆକ୍ରାନ୍ତ ହେବା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଏହା ଭାରତ ପାଇଁ ବି ଚିନ୍ତାର କାରଣ ହେବ । କାରଣ ଭାରତରେ ବି କୋଭିସିଲ୍ଡ ଟିକାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଛି । ଦୁନିଆଯାକର ବିଶେଷଜ୍ଞମାନେ ଏବେ ସିସିଲିର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଏହା ଉପରେ ନଜର ରଖୁଥିବାର ଏବଂ ଏହାର ରହସ୍ୟ ଖୋଜିବାକୁ ଉଦ୍ୟମ କରୁଥିବାର କୁହାଯାଉଛି ।