ବର୍ଷ ଶେଷ ବେଳକୁ ତାହା ୫୫ ହଜାର ଛୁଇଁବ ସୁନା

ବର୍ଷ ଶେଷ ବେଳକୁ ତାହା ୫୫ ହଜାର ଛୁଇଁବ ସୁନା

ବର୍ଷ ଶେଷ ବେଳକୁ ତାହା ୫୫ ହଜାର ଛୁଇଁବ ସୁନା
ନୂଆଦିଲ୍ଲୀ : ମହଙ୍ଗା ହୋଇଚାଲିଛି ସୁନା । ସୁନାରେ ନିବେଶ ବଢୁଥିବାରୁ ଦାମ ବି ମହଙ୍ଗା ହେଉଥିବା ଦେଖିବାକୁ ମିଳିଛି । ଏବେ ସୁନା ଦାମ ୪୮ ହଜାର ଟଙ୍କା ଥିବାବେଳେ ବର୍ଷ ଶେଷ ବେଳକୁ ତାହା ୫୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି । ୧୪ରେ ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଶୁଭ ବୋଲି କୁହାଯାଏ । ଗୋଟିଏ ପଟେ ସୁନାରେ ନିବେଶ ଭଲ ବୋଲି ଅର୍ଥନୀତିଜ୍ଞମାନେ କହୁଥିବାବେଳେ ଅପରପକ୍ଷରେ ସୁନା ସୋରୁମରେ ଅଫରର ଲାଇନ ବି ଲାଗିଲାଣି । ଅପ୍ରେଲରେ ସୁନା ଦାମ ୧୦ ଗ୍ରାମ ପିଛା ୨୬ ଶହ ଟଙ୍କା ବୃଦ୍ଧିପାଇଛି । ଯଦି ଏଭଳି ଧାରା ଜାରି ରୁହେ ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ତାହା ୫୫ ହଜାର ଟଙ୍କାରେ ପହଁଚିବାର ସମ୍ଭାବନା ରହିଛି । ଆଗାମୀ ଅକ୍ଷୟ ତୃତୀୟା ବେଳକୁ ସୁନା ଦାମ ୬୦ ହଜାର ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ବର୍ଷକ ମଧ୍ୟରେ ସୁନା ଦାମ ୫% ବଢ଼ିଥିବାବେଳେ ଗତ ୫ ବର୍ଷ ମଧ୍ୟରେ ୬୦% ରିଟର୍ଣ୍ଣ ମିଳିଛି । ୨୦୧୬ ମେ’ରେ ସୁନା ଦାମ ୨୯୯୪୬ ଟଙ୍କା ରହିଥିଲା ।