୨୪ ଘଣ୍ଟାରେ ୬୧ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୬୧ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୬୧ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଗତକାଲି ୨୦ ଲକ୍ଷ ଅତିକ୍ରମ କରିବା ପରେ ବିଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୧ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧ଛୁଇଁଛି । ଏହା ସହିତ ବିଗତ ୨୪ ଘଣ୍ଟା ମଧ୍ୟରେ ୯୩୩ ଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୪୨ ହଜାର ଅତିକ୍ରମ କରିଛି । ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪.୨୭ ଲକ୍ଷ ଛୁଇଁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ରହିଛି । ସେହିପରି ସୁସ୍ଥ ବ୍ୟକ୍ତିଙ୍କ ହାର ୬୭.୯୮ରୁ ବୃଦ୍ଧି ପାଇ ୬୮.୩୨ରେ ପହଞ୍ଚିଛି । ଏହା ସହିତ ଦ୍ୱିଗୁଣିତ ହାର ୧୦.୨୮ରୁ ୧୦.୮୮ରେ ପହଞ୍ଚିଛି ।