କରୋନାରେ ଚାରିମାସ ଶିଶୁର ମୃତ୍ୟୁ

କରୋନାରେ ଚାରିମାସ ଶିଶୁର ମୃତ୍ୟୁ

କରୋନାରେ ଚାରିମାସ ଶିଶୁର ମୃତ୍ୟୁ
କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ ହୋଇଛି । କୋଝିକୋଡ ମେଡ଼ିକାଲ୍‌ କଲେଜରେ ଏହି ଶିଶୁଟିର ଚିକିତ୍ସା ଚାଲୁଥିଲା । ଏପ୍ରିଲ୍‌ 22ରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ହାର୍ଟ ପ୍ରୋବ୍ଲେମ୍‌ ଥିବାରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। କେରଳରେ ଏପର୍ଯ୍ୟନ୍ତ ସର୍ବମୋଟ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 400 ପାର୍‌ କରିଛି । କେରଳରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ନଜର ଆସିଥିବାବେଳେ କେରଳରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ସର୍ବମୋଟ ତିନିଜଣଙ୍କ ପ୍ରାଣ ଯାଇଛି । ସେହିପରି କେରଳରେ ଏବେ ସଂକ୍ରମିତଙ୍କ ହାର ମଧ୍ୟ ବେଶ୍‌ କମ ରହିଛି । ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କେରଳ ଓ ଓଡ଼ିଶାକୁ କରୋନା ମ୍ୟାନେଜମେଣ୍ଟ ପାଇଁ ପ୍ରଶଂସା କରିଥିଲେ । ପୂର୍ବରୁ ଚଣ୍ଡୀଗଡରେ ମଧ୍ୟ ଏକ ଶିଶୁର କରୋନା ଯୋଗୁଁ ମୃତ୍ୟୁ ହୋଇଛନ୍ତି । ଗତ ଗୁରୁବାର ଦିନ ଏହି ଶିଶୁଟି ମୃତ୍ୟୁବରଣ କରିଛି । ଏହି ଶିଶୁଟିର ମଧ୍ୟ ଓପନ୍‌ ହାର୍ଟ ସର୍ଜରୀ ହେବାର ଥିଲା । କିନ୍ତୁ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିଲା ।