ମାଲେସିଆରେ କରୋନାର ଭୟାନକ ଷ୍ଟ୍ରେନ, ୧୦ ଗୁଣା ସଂକ୍ରମଣର ଆଶଙ୍କା, ଟୀକା ବି ଫେଲ ମାରିଯିବ
ମାଲେସିଆରେ କରୋନାର ଭୟାନକ ଷ୍ଟ୍ରେନ, ୧୦ ଗୁଣା ସଂକ୍ରମଣର ଆଶଙ୍କା, ଟୀକା ବି ଫେଲ ମାରିଯିବ
admin
Aug 17, 2020 - 09:33
Updated: Aug 17, 2020 - 09:33
କ୍ୱାଲାଲମପୁର : ସାରା ବିଶ୍ୱରେ କରୋନା ହଇଚଇ ସୃଷ୍ଟିକରିଛି । ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅପରପକ୍ଷରେ ଟୀକାର ସଫଳ ପରୀକ୍ଷଣ ଆଶା ସୃଷ୍ଟି କରିଛି । ଏହାରି ଭିତରେ ଏକ ଖରାପ ଖବର ଆସିଛି । ମାଲେସିଆରେ କରୋନାର ଏକ ଭୟାନକ ଷ୍ଟ୍ରେନ ବାହାରିଛି । ଯାହାର ନାଁ ରହିଛି ଡି୬୧୪ଜି । ଏହା ସବୁଠାରୁ ଭୟଙ୍କର ମୁ୍ୟଟେସନ ବୋଲି କୁହାଯାଉଛି । ଏବେ କରୋନାରେ ଯେଉଁ ସବୁ ଷ୍ଟ୍ରେନ ରହିଛି ତାହାଠାରୁ ଏହା ବେଶ ଶକ୍ତିଶାଳୀ । ଏହାଦ୍ୱାରା ୧୦ ଗୁଣା ବେଗରେ ସଂକ୍ରମଣ ହାର ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଥିବାବେଳେ ଏବେ ଯେଉଁ ସବୁ ଟୀକା ବିକଶିତ ହେଉଛି ତାହା ବି କାମ କରିବ ନାହିଁ ବୋଲି କୁହାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଲେସିଆର ଜଣେ ରେଷ୍ଟୁରାଂଟ ମାଲିକଙ୍କ ଠାରୁ ଏହି ଷ୍ଟ୍ରେନ ଠରାବ କରାଯାଇଛି । ସେ କିଛିଦିନ ତଳେ ଭାରତରୁ ହିଁ ମାଲେସିଆ ଯାଇଥିଲେ ।
ସଂପୃକ୍ତ ବ୍ୟକ୍ତି ଜଣଙ୍କ ୧୪ ଦିନ କ୍ୱାରେଂଟାଇନରେ ରହିବା କଥା । କିନ୍ତୁ ସେଭଳି ସେ କରିନଥିଲେ । ପରେ ତାଙ୍କର ସ୍ୱାବ ଟେଷ୍ଟ ପରେ ଏହି ଭୟଙ୍କର ଷ୍ଟ୍ରେନକୁ ଦେଖିବାକୁ ମିଳିଥିଲା । ଅପରପକ୍ଷରେ କ୍ୱାରେଂଟାଇନ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୫ ମାସ ଜେଲ ଦଣ୍ଡ ଓ ଜରିମାନାରେ ଦଣ୍ଡିତ କରାଯାଇଛି । ସେହିପରି ଫିଲିଫାଇନ୍ସରୁ ଆସିଥିବା କେତେକ ଲୋକଙ୍କ ଠାରେ ବି ଏହି ଷ୍ଟ୍ରେନ ଦେଖିବାକୁ ମିଳିଛି ।
ଅପରପକ୍ଷରେ ମାଲେସିଆ ସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଧଶକ ଜନରୁଲ ନୁର ହିସାମ କହିଛନ୍ତିଯେ, କରୋନା ଭୂତାଣୁର ଏହି ନୂଆ ମୁ୍ୟଟେସନର ପରିଣାମ ବହୁତ ଭୟଙ୍କର ହୋଇପାରେ । ଏପର୍ଯ୍ୟନ୍ତ ଯେଉଁସବୁ ଭୂତାଣୁ ଓ ମୁ୍ୟଟେସନ ଆଧାରରେ ଟୀକା ପ୍ରସ୍ତୁତ କରାଯାଉଛି ତାହା ଏଠାରେ ବିଫଳ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।