ସିଏଜି ଭାବରେ ଶପଥ ଗ୍ରହଣ କଲେ ଗୀରିଶ ମୁର୍ମୁ

ସିଏଜି ଭାବରେ ଶପଥ ଗ୍ରହଣ କଲେ ଗୀରିଶ ମୁର୍ମୁ

ସିଏଜି ଭାବରେ ଶପଥ ଗ୍ରହଣ କଲେ ଗୀରିଶ ମୁର୍ମୁ
ନୂଆଦିଲ୍ଲୀ : ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ । ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ଆଜି ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି ଗିରୀଶ ମୁର୍ମୁ । ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମୁର୍ମୁ ସିଏଜିର ଦାୟିତ୍ବ ଗ୍ରହଣ କରିଛନ୍ତି ।ଶ୍ରୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଂଜ ଜିଲ୍ଲାରେ । ଓଡ଼ିଶାର ଜନ୍ମିତ ଶ୍ରୀ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଂଚଳ ପାଇଁ ଗତ ବର୍ଷ ଅକ୍ଟୋବରରୁ ଶ୍ରୀ ମୁର୍ମୁ ପ୍ରଥମ ଲେଫ୍ଟ ଗର୍ଭର୍ଣ୍ଣର ଭାବେ ଅବସ୍ଥାପିତ ହୋଇଥିଲେ।