ପ୍ରାଣ ହରାଇଲେ ଆଉ ଜଣେ କରୋନା ଆକ୍ରାନ୍ତ ।

ପ୍ରାଣ ହରାଇଲେ ଆଉ ଜଣେ କରୋନା ଆକ୍ରାନ୍ତ ।

ପ୍ରାଣ ହରାଇଲେ ଆଉ ଜଣେ କରୋନା ଆକ୍ରାନ୍ତ ।
ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ରାଜ୍ୟର 44 ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ମେଦିନୀପୁରର ଏହି 70 ବର୍ଷୀୟ ବାସିନ୍ଦା ଜଣକ ପିଟ୍ୟୁଟାରୀ ଟ୍ୟୁମର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ କରୋନା ଦ୍ବାରା ସଂକ୍ରମିତ ହୋଇଥିଲେ । ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ । ଦୁଇଥର କରୋନା ନେଗେଟିଭ୍‌ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ କାରଣରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇନଥିଲା । ମାତ୍ର ଆଜି ବହୁବିଧ ଅଙ୍ଗର ବିଫଳତା ଏବଂ ପିଟ୍ୟୁଟାରୀ ଟ୍ୟୁମର କାରଣରୁ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି । ସେହିଭଳି ପୂର୍ବରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମଧ୍ୟ ଅନ୍ୟ ରୋଗରେ ପୀଡ଼ିତ ଥିଲେ।