ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ବୋହୂର ଖରାପ ଫଟୋ ଆସିଥିଲା

ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ବୋହୂର ଖରାପ ଫଟୋ ଆସିଥିଲା

ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ବୋହୂର ଖରାପ ଫଟୋ ଆସିଥିଲା

ଭୁବନେଶ୍ୱର:  ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତଦନ୍ତ ବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସୁଛି । ତେବେ ଏହା ଭିତରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି ।  ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ମୃତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମୁଁ ।  ଗଜପତି ପୁଲିସକୁ ସୌମ୍ୟଙ୍କ ମା’ଙ୍କ ବୟାନ ସମ୍ପର୍କରେ ମାମୁଁ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ବାହାଘର ପରେ ବଲାଙ୍ଗିରରେ ବ୍ୟାଚଲର ପାର୍ଟି ହୋଇଥିଲା ।  ଉଭୟ ପତିପତ୍ନୀ ବଲାଙ୍ଗିର ଯାଇଥିଲେ । ତେବେ ସେଠାରୁ ସୌମ୍ୟଙ୍କୁ ବିଦା କରିଦେଲେ ।  ସୌମ୍ୟ ଫେରିବା ବେଳେ ତାଙ୍କୁ ପତ୍ନୀ ବିଦ୍ୟାଭାରତୀ ଟଙ୍କା ମାଗିଥିଲେ ।  ଟଙ୍କା ନଦେଲେ ଫଟୋ ପଠାଇବି ବୋଲି ବୋହୂ ଧମକ ଦେଇଥିଲେ ।  କିଛି ସମୟ ପରେ ସୌମ୍ୟଙ୍କ ମୋବାଇଲକୁ ଏକ ଫଟୋ ଆସିଥିଲା ।  ବୋହୂର ଖରାପ ଫଟୋ ଆସିଥିଲା, ଯାହା ଏବେ ମୋବାଇଲରେ ଅଛି ବୋଲି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମୁଁ କହିଛନ୍ତି । 

ତେବେ ଏହା ଭିତରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ଅଭିରାମ ଏକ ସାଂଘାତିକ ତଥ୍ୟ ଦେଇଛନ୍ତି ।  ଘଟଣାପଛରେ ଗଜପତିର ଜଣେ ମହିଳା ଇନସ୍ପେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି ।  ସମ୍ପୃକ୍ତ ମହିଳା ଗଜପତିର ଏକ ଥାନାରେ ଆଇଆଇସିଭାବେ ଅବସ୍ଥାପିତ ।  ସମ୍ପୃକ୍ତ ମହିଳା ଆଇଆଇସି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ।  ଘଟଣା ଦିନ ରାସ୍ତାରେ ସମ୍ପୃକ୍ତ ମହିଳା  ଆଇଆଇସି  ଆମ୍ବୁଲାନ୍ସ ଅଟକାଇଥିଲେ ।  ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଛି ।  ଆମ୍ବୁଲାନ୍ସ ଅଟକିବାରୁ ଚିକିତ୍ସାରେ ବିଳମ୍ବ ପାଇଁ ପୁଅ ମରିଗଲା ବୋଲି  ଅଭିରାମ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି । 

ଅନ୍ୟପକ୍ଷରେ  ଦାବିପତ୍ରରେ ୩ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଅଭିରାମ ଅନୁରୋଧ କରିଛନ୍ତି ।  ବୋହୂ, ଡିଏଫଓ ଓ ରୋଷେୟାଙ୍କ ଲାଇ ଡେଟେକ୍ସନ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି । ଏଥିସହ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ବି ସେ ଦାବି କରିଛନ୍ତି ।  ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଫରେଷ୍ଟ ଅଫିସ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । 

ପ୍ରକାଶ ଯେ,  ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ି ହୋଇ ମୃତୁ୍ୟବରଣ କରିଥିବା କୁହାଯାଉଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।