ଓଡିଶା ଚାଷିଙ୍କ ସହିତ ପିଆସିଟିର ଖେଳ!

ଓଡିଶା ଚାଷିଙ୍କ ସହିତ ପିଆସିଟିର ଖେଳ!

ଓଡିଶା ଚାଷିଙ୍କ ସହିତ ପିଆସିଟିର ଖେଳ!
ପାରାଦ୍ୱୀପ :ଲକ୍ଷ୍ମୀନାରାୟଣ ସାହୁ: ପ୍ରତିବର୍ଷ ଓଡିଶାରେ ଚାଷି ଆତ୍ମହତ୍ୟା ବୃଦ୍ଧି ଘଟୁଥିବା ବେଳେ ଏନେଇ ଓଡିଶାବିଧାନସଭାରେ ଦୁଇଦିନ ହେବ ତୁମ୍ବିତୋଫାନ ହେଉଛି । ଠିକ୍ ଏତିକି ବେଳେ ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାରଗୋ ଟରମିନାଲ ନାମ ରେ ଆସିଛି ସଙ୍ଗିନ୍ ଅଭିଯୋଗ । ପିଆଇସିଟ୍ ଚାଷୀ କୂଳ ସହିତ ଖେଳ ଖେଳୁଥିବା ଆନ୍ତଜାତିକ ମାନବଧିକାର ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟପ୍ରକାଶ ମହାନ୍ତି ଏନେଇ ବିଭିନ୍ନ ବିଭାଗକୁ ଅଭିଯୋଗ ବାଢିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ପିଆଇସିଟି କର୍ତ୍ତୃପକ୍ଷ୍ୟ ଏକ ଖାମଖିଆଲି ମନୋଭାବ ପୋଷଣ କରି ଅନେକ ପରିମାଣର ଖୋଲାସାର ନିଜ ବର୍ଥ ଭିତରେ ଖୋଲା ଆକାଶ ତଳେ ଗଚ୍ଛିତ ରଖିଛନ୍ତି । ବତ୍ତର୍ମାନ ବର୍ଷାଦିନ ହେଉଥିବା ବେଳେ ଉକ୍ତ ସାର ଗୁଡିକୁ ବର୍ଷାରେ ଓଦା ହୋଇ ତାର ଗଣାବତ୍ତା ନଷ୍ଟ କରୁଛି । ଅନେକ ସାର ବର୍ଷା ପାଣିରେ ମିଶି ସମୁଦ୍ର ପାଣିରେ ସଂଯୋଗ ହେବା ଦ୍ୱାରା ଜଳମଧ୍ୟ ପ୍ରଦୂଷଣ ହେବାରେ ଲାଗିଛି । ଅନ୍ୟପଟେ ଏହି ନଷ୍ଟ ହୋଇଥିବା ସାରକୁ ପିଆସିଟି ନିଜ ବର୍ଥ ଭିତରେ ବେଆଇନ୍ ଭାବେ ରିପ୍ୟାଙ୍କି କରି ଚାଷି ମାନଙ୍କୁ କେଉଁ ଆଡେ ପଠାଉଛି । ଯାହା ଚାଷି ମାନଙ୍କୁ କ୍ଷେତରେ ଅନୁପୋଯୋଗୀ ହେବା ସହ ସତ୍ୟପ୍ରକାଶ ଚିନ୍ତା ପ୍ରକାଶ କରିଛନ୍ତି । ଏନେଇ ସେଜିଲ୍ଳାପାଳ, ମୁଖ୍ୟମନ୍ତ୍ରୀ, କୃଷିବିଭାଗ ଅଧିକାରୀ ମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଥିବା ଜଣାପଡୁଛି ।