ଏଣିକି ବିଏଡ୍ ହେବ ୪ ବର୍ଷିଆ, ଜାଣନ୍ତୁ କଣ ରହିଛି ନିୟମ
ଏଣିକି ବିଏଡ୍ ହେବ ୪ ବର୍ଷିଆ, ଜାଣନ୍ତୁ କଣ ରହିଛି ନିୟମ
ଭୁବନେଶ୍ୱର : ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ କାର୍ୟ୍ୟକ୍ରମ (ଆଇଟିଇବି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ, ବିଏସସି ବିଏଡ ଓ ବି କମ ବିଏଡ ପାଠ୍ୟକ୍ରମରେ ୪ ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ। ଅର୍ଥାତ ଏଣିକି ବିଏଡ ପାଠ୍ୟକ୍ରମ ୪ ବର୍ଷିଆ ହେବ। ଯୁକ୍ତ୨ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଶିକ୍ଷା ନୀତି-୨୦୨୦ ଅନୁଯାୟୀ ୨୦୩୦ରୁ ଶିକ୍ଷକ ନିଯୁକ୍ତି କେବଳ ଆଇଟିଇପି ଯୋଗ୍ୟତା ଆଧାରରେ ହେବ। ତାହାକୁ ନଜରରେ ରଖି ପାଇଲଟ୍ ପ୍ରକଳ୍ପ ଭାବେ ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶର ପ୍ରାୟ ୫୦ଟି ବହୁମୁଖୀ (ମଲଟିଡିସିପ୍ଲିନାରି) ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ନିଷ୍ପିତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନସିଟିଇ) ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷକତା କ୍ଷେତ୍ରରେ ଡିଗ୍ରି ହାସଲ କରିବା ସହ ଇତିହାସ, ଗଣିତ, ବିଜ୍ଞାନ, କଳା, ଅର୍ଥନୀତି, ବାଣିଜ୍ୟ ପରି ବିଷୟରେ ବିଶେଷ ଶିକ୍ଷା ପାଇପାରିବେ।
ଆଇଟିଇବି କେବଳ ଅତ୍ୟାଧୁନିକ ଶିକ୍ଷାଦାନ ପ୍ରଦାନ କରିବ ନାହିଁ, ବରଂ ବାଲ୍ୟକାଳର ଯତ୍ନ ଓ ଶିକ୍ଷା(ଇସିସିଇ), ମୂଳ ସାକ୍ଷରତା ଓ ସଂଖ୍ୟା, ଅନ୍ତର୍ଭୁକ୍ତ ଶିକ୍ଷା, ଭାରତ ଓ ଏହାର ମୂଲ୍ୟବୋଧ/ନୈତିକତା/କଳା/ପରମ୍ପରା ଉପରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ଶିକ୍ଷାଦାନକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଆଗ୍ରହୀ ରହିଥିବା ସମସ୍ତ ଛାତ୍ରଛାତ୍ରୀ ଆଇଟିଇବି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିପାରିବେ। ଏହି ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେବେ । କାରଣ ସେମାନେ ବର୍ତ୍ତମାନର ବିଏଡ ପାଇଁ ଆବଶ୍ୟକ ପାରମ୍ପରିକ ୫ ବର୍ଷ ପରିବର୍ତ୍ତେ ଏହାକୁ ୪ ବର୍ଷରେ ଶେଷ କରିପାରିବେ।




admin 