ଏଣିକି ୪ ବର୍ଷିଆ ବିଏଡ୍

ଏଣିକି ୪ ବର୍ଷିଆ ବିଏଡ୍

ଏଣିକି ୪ ବର୍ଷିଆ ବିଏଡ୍

ଭୁବନେଶ୍ୱର : ଏଣିକି ବିଏଡ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଂଟିଗ୍ରେଟେଡ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇବି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ, ବିଏସସି ବିଏଡ ଓ ବିକମ ବିଏଡ ପାଠ୍ୟକ୍ରମରେ ୪ ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ । ଯୁକ୍ତ୨ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତିି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି । ଶିକ୍ଷା ନୀତି-୨୦୨୦ ଅନୁଯାୟୀ ୨୦୩୦ରୁ ଶିକ୍ଷକ ନିଯୁକ୍ତି କେବଳ ଆଇଟିଇପି ଯୋଗ୍ୟତା ଆଧାରରେ ହେବ । ତାହାକୁ ନଜରରେ ରଖି ପାଇଲଟ୍ ପ୍ରକଳ୍ପ ଭାବେ ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶର ପ୍ରାୟ ୫୦ଟି ବହୁମୁଖୀ (ମଲଟିଡିସିପ୍ଲିନାରି) ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ନିଷ୍ପିତ୍ତିି ନିଆଯାଇଛି । ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନସିଟିଇ) ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିଛି । ଯାହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷକତା କ୍ଷେତ୍ରରେ ଡିଗ୍ରି ହାସଲ କରିବା ସହ ଇତିହାସ, ଗଣିତ, ବିଜ୍ଞାନ, କଳା, ଅର୍ଥନୀତି, ବାଣିଜ୍ୟ ପରି ବିଷୟରେ ବିଶେଷ ଶିକ୍ଷା ପାଇପାରିବେ । ଆଇଟିଇବି କେବଳ ଅତ୍ୟାଧୁନିକ ଶିକ୍ଷାଦାନ ପ୍ରଦାନ କରିବ ନାହିଁ, ବରଂ ବାଲ୍ୟକାଳର ଯତ୍ନ ଓ ଶିକ୍ଷା(ଇସିସିଇ), ମୂଳ ସାକ୍ଷରତା ଓ ସଂଖ୍ୟା, ଅନ୍ତର୍ଭୁକ୍ତ ଶିକ୍ଷା, ଭାରତ ଓ ଏହାର ମୂଲ୍ୟବୋଧ/ନୈତିକତା/କଳା/ପରମ୍ପରା ଉପରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ଶିକ୍ଷାଦାନକୁ ବତ୍ତିି ଭାବେ ଗ୍ରହଣ କରିବାକୁ ଆଗ୍ରହୀ ରହିଥିବା ସମସ୍ତ ଛାତ୍ରଛାତ୍ରୀ ଆଇଟିଇବି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିପାରିବେ । ଏହି ଇଂଟିଗ୍ରେଟେଡ୍ ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେବେ । କାରଣ ସେମାନେ ବର୍ତ୍ତମାନର ବିଏଡ ପାଇଁ ଆବଶ୍ୟକ ପାରମ୍ପରିକ ୫ ବର୍ଷ ପରିବର୍ତ୍ତେଏହାକୁ ୪ ବର୍ଷରେ ଶେଷ କରିପାରିବେ ।