ଋତୁସ୍ରାବ ସମୟରେ ୪ଟି ମିଛ କଥାକୁ ବିଶ୍ୱାସ କରନ୍ତୁ ନାହିଁ

ଋତୁସ୍ରାବ ସମୟରେ ୪ଟି ମିଛ କଥାକୁ ବିଶ୍ୱାସ କରନ୍ତୁ ନାହିଁ

ଋତୁସ୍ରାବ ସମୟରେ ୪ଟି ମିଛ କଥାକୁ ବିଶ୍ୱାସ କରନ୍ତୁ ନାହିଁ

ଭାରତରେ ଋତୁସ୍ରାବକୁ ନେଇ ଅନେକ ଅନ୍ଧବିଶ୍ୱାସ ଦେଖାଦିଏ । ବହୁ ଲୋକ ଏହାକୁ ନେଇ ଆଲୋଚନା କରନ୍ତି ନାହିଁ । ଏହାକୁ ଏକ ଲଜ୍ଜାଜନକ କଥା ଭଳି ମାନିଥାନ୍ତି । ତେଣୁ ଏହାକୁ ନେଇ ବେଶି ଲୋକ କିଛି ଜାଣନ୍ତି ନାହିଁ କହିଲେ ଚଳେ । ତେବେ ଯେ କେହି ବି ବୟସ୍କ ଲୋକଙ୍କୁ ପଚାରିଲେ ସେମାନେ କୁହନ୍ତି ଘରର ପୁରୁଷ ଲୋକଙ୍କ ଠାରୁ ଏହାକୁ ଲୁଚେଇ ରଖିବା ପାଇଁ । ଏହା ବିଷୟରେ ବେଶିକେହି ଜାଣିନଥିବାରୁ ଏହାକୁ ନେଇ ଅନେକ ମିଥ୍ୟା ତଥ୍ୟକୁ ସତକରି ଲୋକେ ପ୍ରସାର କରନ୍ତି ।

୧. ଯଦି ଆପଣଙ୍କର ୨୮ଦିନରେ ନିୟମିତ ଋତୁସ୍ରାବ ହେଉନାହିଁ-
ଋତୁସ୍ରାବ ହେବା ମଧ୍ୟରେ ନିୟମିତ ଅନ୍ତରାଳ ନରହିବା ଶରୀର ପ୍ରତି ହାନିକାରକ । ବୟସ୍କ ମାନଙ୍କ ପାଇଁ ଏହି ଅନ୍ତରାଳ ୨୧ରୁ ୩୭ ଦିନ ରହିବା ଆବଶ୍ୟକ ଏବଂ କିଶୋରୀ ମାନଙ୍କ ପାଇଁ ଏହା ୨୧ରୁ ୪୫ ଦିନ ପର୍ୟ୍ୟନ୍ତ ରହିବା ଆବଶ୍ୟକ । ଏହାକୁ ପ୍ରଥମ ଦିନ ଋତୁସ୍ରାବ ଠାରୁ ଆଗକୁ ହେବାକୁ ଥିବା ଋତୁସ୍ରାବର ପ୍ରଥମ ଦିନ ପର୍ୟ୍ୟନ୍ତ ଗଣନା କରାଯାଏ । ତେବେ ଯଦି ଆପଣଙ୍କର ପ୍ରତି ୨୮ ଦିନରେ ନ ହୋଇ ବି ୩୭ଦିନ ଭିତରେ ଋତୁସ୍ରାବ ହୋଇଯାଉଛି ତେବେ ତାହାକୁ ସାଧାରଣ ବୋଲି ମନାଯାଏ । ସାଧରଣତଃ ଲୋକେ ନିଜର ମାସିକ ଋତୁସ୍ରାବ ୨୮ ଦିନରୁ ୩୫ ଦିନ ପର୍ୟ୍ୟନ୍ତ ଘୁଞ୍ଚିଲେ ତାହା ଶରୀର ପ୍ରତି ହାନିକାରକ ବୋଲି ମାନିଥାନ୍ତି । କିନ୍ତୁ ଏଥିରେ କୌଣସି ଅସୁବିଧା ନଥିବାର ଡ. ସ୍ମିତା ବୈଦି କହିଛନ୍ତି । ଏହା କାମରେ ପ୍ରେସର୍, ଖାଦ୍ୟ ପାନୀୟରେ ଅନିୟନ୍ତ୍ରଣ, ମାନସିକ ଚାପଗ୍ରସ୍ତ , ହରମୋନରେ ପରିବର୍ତ୍ତନ କାରଣରୁ ହୋଇପାରେ । ଯଦି ଏହି ବ୍ୟବଧାନ ୩୭ ଦିନରୁ ଅଧିକ ହୁଏ ତେବେ ତାହା ବିପଦ ଜନକ ।
୨.ଋତୁସ୍ରାବ ସମୟରେ ପେଟ କାଟିବା-
ଋତୁସ୍ରାବ ପାଇଁ ପେଟ କାଟିବା ଓ ପାକସ୍ଥଳୀରେ ଯନ୍ତ୍ରଣା ଦୁଇଟି ଭିନ୍ନ ଭିନ୍ନ । ଏହାକୁ ସମାନ ଭାବି ଅଣଦେଖା କରିବା ଉଚିତ ନୁହେଁ । ପାକସ୍ଥଳୀରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇପାରେ । ହେଲେ ଋତୁସ୍ରାବ ପାଇଁ ପେଟ କାଟିବା ଆପଣଙ୍କ ଗର୍ଭାଶୟରେ ହେଉଥିବା ଅସୁବିଧାକୁ ସୂଚାଏ । ଏହା କିଛି ସମୟ ପର୍ୟ୍ୟନ୍ତ ହୋଇ ପରେ ଭଲ ମଧ୍ୟ ହୋଇଯାଇଥାଏ । ଏହା ରକ୍ତସ୍ରାବର ଅନୀୟମିତତା କାରଣରୁ ହୋଇପାରେ ।
୩.ରକ୍ତସ୍ରାବରେ ଯାଉଥିବା ରକ୍ତ ଅପରିଷ୍କାର ରକ୍ତ ଭାବିବା ଏକ ଭୁଲ୍ ଧାରଣା-
ରକ୍ତସ୍ରାବରେ ଯାଉଥିବା ରକ୍ତ ଅପରିଷ୍କାର ରକ୍ତ ନୁହେଁ । ହଁ’ ଏହା ସତ୍ୟ ଯେ  ଏହା ଆମ ଶରୀରର ଭେନ୍ ରେ ପ୍ରବାହିତ ରକ୍ତଠାରୁ ଭିନ୍ନ । ତେବେ ଏହି ରକ୍ତରେ ସାଧାରଣ ରକ୍ତ ତୁଳନାରେ କମ୍ ରକ୍ତ କଣିକା ଥାଏ ।

୪.ଋତୁସ୍ରାବ ସମୟରେ ଗର୍ଭବତୀ ହୋଇପାରିବ ନାହିଁ-
ଅନେକଙ୍କ ଭୁଲ୍ ଧାରଣା ଥାଏ କି ଋତୁସ୍ରାବ ସମୟରେ ଗର୍ଭବତୀ ହୋଇପାରିବ ନାହିଁ ବୋଲି । ହେଲେ ଡାକ୍ତରଙ୍କ କହିବାନୁଯାୟୀ ସପ୍ତାହର ମଝାମଝି ସମୟରେ ଗର୍ଭବତୀ ହେବାର ଅଧିକ ଆଶଂକା ରହିଥାଏ । କାରଣ ଏହି ସମୟରେ ଡିମ୍ବାଶୟ ଅଧିକ ଶକ୍ରିୟ ଥାଏ । କିନ୍ତୁ ଏଭଳି ଘଟଣା ବହୁତ କ୍ୱଚିତ୍ ଦେଖିବାକୁ ମିଳିଥାଏ ।