ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ସୁସ୍ଥତା ହାର ମଧ୍ୟ ବଢୁଛି

ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ସୁସ୍ଥତା ହାର ମଧ୍ୟ ବଢୁଛି

ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ସୁସ୍ଥତା ହାର ମଧ୍ୟ ବଢୁଛି

ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ସୁସ୍ଥତା ହାର ମଧ୍ୟ ବଢୁଛି । ଆଜି ରାଜ୍ୟରେ ୧୬୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁଦ୍ଧା ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯ଲକ୍ଷ ୫୧ହଜାର ୪୯ ଜଣ । ଆଜିର ସୁସ୍ଥଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୩୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧୨ଜଣ, ଅନୁଗୁଳରୁ ୧୭୫ଜଣ, ବାଲେଶ୍ୱରରୁ ୧୫୦, ଯାଜପୁରରୁ ୧୧୩, ପୁରୀରୁ ୧୦୨, ଜଗତସିଂହପୁରରୁ ୧୦୦, ମୟୁରଭଞ୍ଜରୁ ୮୪, ଭଦ୍ରକରୁ ୭୪, କେନ୍ଦ୍ରାପଡାରୁ ୭୨ ଓ ନୟାଗଡରୁ ୫୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୩୮, ଢେଙ୍କାନାଳରୁ ୫୨, ରାୟଗଡାରୁ ୨୪, ସମ୍ବଲପୁରରୁ ୨୯, ସୁନ୍ଦରଗଡରୁ ୨୨, ମାଲକାନାଗିରିରୁ୧୯, ନବରଙ୍ଗପୁରରୁ ୧୬, କୋରାପୁଟରୁ ୧୫, ବରଗଡରୁ ୧୩, ଗଞ୍ଜାମରୁ ୧୨, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୦, ଗଜପତି ଓ ସୁବର୍ଣ୍ଣପୁରରୁ ୮ଜଣ ଲେଖାଏଁ, ବୌଦ୍ଧ ଓ ଦେବଗଡରୁ ୬ ଜଣ, ବଲାଙ୍ଗୀରରୁ ୫, ନୂଆପଡାରୁ ୩, ଝାରସୁଗୁଡାରୁ ଜଣେ ଓ ରାଜ୍ୟପୁଲରୁ ୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।