ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର । ୧୪୬ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନରେ ପୁଣିଥରେ  ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଗୁରୁ ଦାୟିତ୍ୱ  ।  ମାର୍ଚ୍ଚ ୧୧ ତାରିଖରୁ ୧୫ ତାରିଖ ମଧ୍ୟରେ ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛିଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ  ଅଧିବେସନ  । ବିଶ୍ୱର ୧୭୮ଟି ଦେଶର ସାଂସଦ ପ୍ରତିନିଧି କାର୍ୟ୍ୟକ୍ରମରେ ଯୋଗଦେବେ  ।
ବିଭିନ୍ନ ଦେଶ ପରସ୍ପର ଭିତରେ ଆଲୋଚନା ଓ ପର୍ୟ୍ୟାଲୋଚନା ପାଇଁ ଏହା  ସବୁଠାରୁ ବଡ଼ ମଞ୍ଚ  । ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସାଂସଦ ସସ୍ମିତ ପାତ୍ର  । ଗତବର୍ଷ ମଧ୍ୟ ମନୋନୀତ ହୋଇଥିଲେ ସାଂସଦ ସସ୍ମିତ ପାତ୍ର  ।  ଭାରତ ପକ୍ଷରୁ  ବିଦେଶ ଗସ୍ତ କରିଥିଲେ ।