ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ
ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ
ହାଇଦ୍ରାବାଦ: ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନ କରି ଅଲଆଉଟ ହୋଇଥିଲା । ୧୧୧ ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ରୋହିତ ବାହିନୀ । ସହଜରେ ଟାର୍ଗେଟ ପୁରା କରି ୧୮.୪ ଓଭରରେ ୧୧୪ ରନ କରିଛି ଭାରତ । ଏହା ସହିତ ଭାରତ ଦିନିକିଆ ସିରିଜକୁ ୧-୦ ଜିତି ନେଇଛି ।
୧୧୧ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ଶିଖର ଧାୱନ । ରୋହିତ ଶର୍ମା ଦମଦାର ବ୍ୟାଟିଂ କରି ୫୮ ବଲରୁ ୫ଟି ଛକା ଏବଂ ୬ଟି ଚୌକା ମାରି ୭୬ ରନ କରି ଅପରାଜିତ ରହିଛନ୍ତି । ସେହିପରି ଶିଖର ଧାୱନ ୫୪ ବଲରୁ ୪ଟି ଚୌକା ମାରି ୩୧ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି ।ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ବିପକ୍ଷ ଦଳ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ । ଫାଷ୍ଟ ବୋଲର ଜଶପ୍ରିତ ବୁମରା ସର୍ବାଧିକ ୬ ଟି ୱିକେଟ ହାସଲ କରିଛନ୍ତି । ବୋଲରଙ୍କ ଘାତକ ବୋଲିଂରେ ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନ କରି ଅଲଆଉଟ ହୋଇଥିଲା । ବୋଲରଙ୍କ ବିସ୍ଫୋରକ ବୋଲିଂରେ କ୍ରିଜରେ ତିଷ୍ଠି ନପାରି ପାଭଲିୟନ ଫେରିଥିଲେ ଇଂଲଣ୍ଡ ବ୍ୟାଟର । ଗୋଟେ ପରେ ଗୋଟେ ୱିକେଟ ଖସିବାରେ ଲାଗିଥିଲା ଇଂଲଣ୍ଡର । ପ୍ରଥମେ ଓପନିଂ କରିବାକୁ ଆସିଥିବା ଜେସନ ରଏ ଖାତା ଖୋଲିବା ଆଗରୁ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେହିପରି ବୁମରାଙ୍କ ବୋଲିଂରେ ଧରାଶୟୀ ହୋଇଛି ଇଂଲଣ୍ଡ । ଜୋ ରୁଟ, ବେନ ଷ୍ଟୋକ୍ସ, ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବାରେ ବିଫଳ ହୋଇ ୦ ରେ ଆଉଟ ହୋଇଛନ୍ତି । ସେହିପରି ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜନୀ ବେୟାରଷ୍ଟୋ ୩୨ ବଲରୁ ୩୦ ରନ କରି ସୂର୍ୟ୍ୟକୁମାର ଯାଦବଙ୍କକ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । ଜନୀ ବେୟାରଷ୍ଟୋ ୭, ମୋଇନ ଅଲୀ ୧୪, କ୍ରାଇଗ ଓଭରଟନ ୮ ରନ, ବ୍ରାୟଡନ କ୍ରାସ ୧୫ ରନ, ଡେଭିଡ ୱିଲି ୨୧ ରନ କରି ଆଉଟ ହୋଇଥିଲେ ।