ରୟାଲ ମୁକାବିଲାରେ ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି

ରୟାଲ ମୁକାବିଲାରେ ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି

ରୟାଲ ମୁକାବିଲାରେ ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ : ଶନିବାର ଡବଲ ହେଡରର ପ୍ରଥମ ମୁକାବିଲାରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି ରାଜସ୍ଥାନ ଏବଂ ବାଙ୍ଗାଲୋର । ଆଇପିଏଲର ୩୩ ତମ ମୁକାବିଲାରେ ଟସ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଦୁବାଇରେ ଅନୁଷ୍ଠିତ ମ୍ୟାଚରେ ଏକ ସାଇଡରେ ଛୋଟ ବାଉଣ୍ଡ୍ରି ରହିଥିବାରୁ ବଡ ସ୍କୋର ଦେଖିବାକୁ ମିଳିବ । ଆଜିର ମ୍ୟାଚ ପାଇଁ ରାଜସ୍ଥାନ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ବାଂଗାଲୋର ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସିରାଜଙ୍କ ସ୍ଥାନରେ ଗୁରକିରଟ ସିଂ ମନ ଏବଂ ଶିବମ ଦୁବେଙ୍କ ସ୍ଥାନରେ ଶାହବାଜ ଅହମ୍ମଦ ଖେଳୁଛନ୍ତି । ଆରସିବି ୮ଟି ମ୍ୟାଚରୁ ୫ ବିଜୟ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ୮ଟି ମ୍ୟାଚରୁ ୩ ବିଜୟ ସହିତ ପଏଣ୍ଟଟେବୁଲର ସପ୍ତମ ସ୍ଥାନରେ ରହିଛି ରାଜସ୍ଥାନ ।